Breaking PLUSଦେଶମୁଖ୍ୟ ଖବର

ଆଜି ଦେଶରୁ ଚିହ୍ନଟ ହେଲେ ୬ ହଜାର ୫୩୧ ନୂତନ ଆକ୍ରାନ୍ତ

ଆଜି ଦେଶରୁ ଚିହ୍ନଟ ହୋଇଛନ୍ତି ୬ ହଜାର ୫୩୧ ନୂତନ କରୋନା ଆକ୍ରାନ୍ତ । ସେହିଭଳି ଗତ ୨୪ ଘଣ୍ଟାରେ ୩୧୫ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୭ ଲକ୍ଷ ୮୬ ହଜାର ୯୬୬ ରେ ପହଞ୍ଚିଛି ।

ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୭୯ ହଜାର ୯୯୭ ରେ ପହଞ୍ଚିଛି ।

ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୨ ଲକ୍ଷ ୩୭ ହଜାର ୭୯୫ ରେ ପହଁଞ୍ଚିଛି । ସେହିପରି ଦେଶରେ ୭୫ ହଜାର ୮୪୧ ଆକ୍ଟିଭ୍‌ କେସ୍ ରହିଛି ।

Show More

Related Articles

Back to top button