ଦୁର୍ଘଟଣାଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଆଉ ଅଳ୍ପ ସମୟ ପରେ ଉଦ୍ଧାର ହେବ ରାହୁଲ

ଆଉ ଅଳ୍ପ ସମୟ ପରେ ଉଦ୍ଧାର ହେବ ରାହୁଲ । ୫ ଦିନର ସଂଘର୍ଷ ମଧରେ ନିଶ୍ଚିତ ଏହା ଏକ ଆଶ୍ୱସ୍ତିକର ଖବର ଅଟେ । ଛତିଶଗଡ଼ର ଜାଞ୍ଜଗିର-ଚାମ୍ପା ଜିଲ୍ଲା ମାଲଖାଦାରୁଆ ଥାନା ଅଧୀନରେ ଥିବା ପିରହ୍ରିଡ ଗାଁରେ ବୋରୱେଲ ପାଇଁ ଖେଳାଯାଇଥିବା ଗାତରେ ୫ ଦିନ ହେବ ରାହୁଲ ନାମକ ୧୧ ବର୍ଷୀୟ ବାଳକ ଫସି ରହିଛି । ୧୦୦ ଘଣ୍ଟାରୁ ଅଧିକ ସମୟ ରେସ୍କ୍ୟୁ ଅପରେସନ ଚାଲିଥିଲେ ମଧ୍ୟ ବୋରୱେଲ ଭିତରୁ ବାଳକଟିକୁ ଉଦ୍ଧାର କାର୍ୟ୍ୟ ଶେଷ ହୋଇନାହିଁ। ରାହୁଲଙ୍କୁ ଉଦ୍ଧାର ପାଇଁ ଭାରତୀୟ ସେନା, ଏନଡିଆରଏଫର ଟିମ, ସ୍ଥାନୀୟ ପୋଲିସ ଲାଗିପଡିଛନ୍ତି । ତେବେ ଗ୍ରାନାଇଡ୍ ପଥର ଥିବାରୁ ତାକୁ କାଟି ଉଦ୍ଧାର କରିବାରେ ସମୟ ଲାଗୁଛି । ପ୍ରଥମେ ସ୍ଥାନୀୟ ପୋଲିସ ଓ ଏନଡିଆରଏଫର ଟିମ ରାହୁଲଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ତେବେ ସେନାର ସହଯୋଗ ଲୋଡାଯିବା ପରେ ଭାରତୀୟ ସେନାର ଗୋଟିଏ ଟିମ ପହଞ୍ଚି ଉଦ୍ଧାରକାମରେ ସହଯୋଗ କରିଥିଲା । ତେବେ ପଥର ଚଟାଣ ପ୍ରମୁଖ ସମସ୍ୟା ପାଲଟିଥିବା ବେଳେ ଶୀଘ୍ର ଉଦ୍ଧାର ପାଇଁ ସମସ୍ତ ପ୍ରୟାସ ଏବେବି ଜାରିରହିଛି ।

ଜିଲ୍ଲାପାଳ ଦେଇଥିବା ସୂଚନା ଅନୁଯାୟୀ , ଗତକାଲି କିଛି ଖାଇ ନ ଥିବାରୁ ପିଲାଟିର ସ୍ୱାସ୍ଥ୍ୟାବସ୍ଥା କିଛି ମାତ୍ରାରେ ବିଗିଡିଥିଲା । ୧୦୦ ଘଣ୍ଟାଧରି ଫସିରହିଥିବା ରାହୁଲ ଆଜି ମଧ୍ୟାନ୍ନ ସମୟରେ ଭୋକ ହେଉଥିବା ଇସାରା ଦେଉଛି । ଗତକାଲି ସକାଳେ କେବଳ ସେ କଦଳୀ ଖାଇଥିଲା, ତା ପରଠାରୁ ଆଉ ଖାଦ୍ୟ ଗ୍ରହଣ କରିନାହିଁ । ତେବେ ଅନେକ ସମୟ ଭିତରେ ଫସିରହିବା ପରେ ବର୍ତ୍ତମାନ ଖାଦ୍ୟ ପାଇଁ ସେ ଇସାରା ଦେଉଛି । ତେବେ ୧୧ ବର୍ଷୀୟ ରାହୁଲ ସାହୁଙ୍କ ଶ୍ୱାସ ପ୍ରକ୍ରିୟା ସ୍ୱାଭାବିକ ରହିଛି  ।

ଅନ୍ୟପଟେ ମିଳିଥିବା ସୂଚନା ଅନୁସାରେ ରାହୁଲଙ୍କ ଠାରୁ ରେସ୍କ୍ୟୁ ଟିମ୍‌ ଆଉ ଅଳ୍ପ ଦୂରରେ ଥିବା କୁହାଯାଉଛି। ଆଉ ମାତ୍ର କିଛି ସମୟର ଅପେକ୍ଷା ପରେ ରାହୁଲ ବାହାରକୁ ଆସିବ। ରାହୁଲକୁ ଉଦ୍ଧାର ପରେ ତାକୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଘଟଣାସ୍ଥଳରେ୫ଦିନ ହେବ  ଡେିକାଲ ଟିମ୍‌ ଉପସ୍ଥିତ ରହିବା ସହ ଆଖପାଖର ସମସ୍ତ ମେଡିକାଲକୁ ଆଲର୍ଟରେ ରଖାଯାଇଛି। ଏଥି ସହିତ ମେଡିକାଲରେ ଆଇସିୟୁ ୟୁନିଟକୁ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି। ଆମ୍ବୁଲାନ୍ସ ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ରାହୁଲକୁ ଉଦ୍ଧାର ପରେ କିପରି ଶିଘ୍ର ମେଡିକାଲକୁ ନିଆଯିବ ସେନେଇ ଗ୍ରୀନ୍‌ କରିଡର ମଧ୍ୟ ପ୍ରସ୍ତୁତ କରାଯାଇଛି।

 

 

Show More

Related Articles

Back to top button