ଓଡ଼ିଶାଦୁର୍ଘଟଣା

ଟ୍ରାକ୍ଟର ଧକ୍କାରେ ଚାଲିଗଲା ବାଇକ ଆରୋହିଙ୍କ ଜୀବନ

ପାରଳାଖେମୁଣ୍ଡି : ଟ୍ରାକ୍ଟର ଧକ୍କାରେ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଉପଲଡା ଗ୍ରାମ ନିକଟରେ । ଟ୍ରାକ୍ଟର ସହ ଏକ ବାଇକ ଧକ୍କା ହୋଇଛି । ଫଳରେ ଘଟଣା ସ୍ଥଳରେ ବାଇକ ଅରୋହି ମୃତ୍ୟୁ ଘଟିଛି । ବାଇକ ଆରୋହି ଜଣକ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ମେଳିଆପୁଟି ଥାନା ଅନ୍ତର୍ଗତ ଶ୍ରୀୟାଖଣ୍ଡି ଗ୍ରାମର କେ. ପ୍ରସାଦ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ , ବ୍ୟକ୍ତି ଜଣକ ବାଇକରେ ଶ୍ରୀୟାଖଣ୍ଡି ଠାରୁ ପାରଳାଖେମୁଣ୍ଡି ଦେଇ ଉପଲଡା ନିଜ ଶାଶୁ ଘରକୁ ଯାଇଥିଲେ । ହେଲେ ଫେରିବା ସମୟରେ ଏକ ଟ୍ରାକ୍ଟର ସହ ଧକ୍କା ହୋଇଥିବା ଯୋଗୁଁ ଘଟଣା ସ୍ଥଳରେ ବ୍ୟକ୍ତି ଜଣକ ମୃତ୍ୟ ଘଟିଛି । ଘଟଣା ସ୍ଥଳରେ ଗୁରାଣ୍ଡି ପୋଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନା ପଠାଇବା ସହ ଏ ନେଇ ଗୁରାଣ୍ଡି ଥାନା ରେ ଏକ କେସ ରୁଜୁ ହୋଇଛି ।

Show More

Related Articles

Back to top button