ଦେଶସ୍ୱତନ୍ତ୍ର

ଭୟଙ୍କର ଭୂସ୍ଖଳନରେ ଥରିଲା ଆସାମ , ୪ ମୃତ୍ୟୁ

ଗୌହାଟୀ: ଭୟଙ୍କର ଭୂସ୍ଖଳନରେ ଥରିଲା ଆସାମ । ଆସାମ ଗୌହାଟୀର ଅନେକ ସ୍ଥାନରେ ଭୟଙ୍କର ଭୂସ୍ଖଳନ ହୋଇଛି । ଲଗାଣ ବର୍ଷା ଯୋଗୁଁ ଏପରି ସ୍ଥିତି ଉପୁଜିଛି । ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆହୁର ୪ଜଣ ଫସିଥିବା ସୂଚନା ମିଳିଛି । ସମସ୍ତଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନା ଥାଉକି ,  ମାସକ ପୂର୍ବରୁ ଆସାମରେ ବନ୍ୟା ସ୍ଥିତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ କରିଥିଲା । ଏବେ ପୁଣି ସମାନ ସ୍ଥିତି ଦେଖା ଦେଇଛି । ଦକ୍ଷିଣ ବୋରା ଗାଓଁ ନିଜାରପାରରେ ଭୂସ୍ଖଳନ କାରଣରୁ ଏକ ଘର ମାଟିରେ ମିଶିଛି । ଏଥିରେ ୪ଜଣଙ୍କ ଜୀବନ ଯାଇଛି ।ଆହୁର ୪ଜଣ ଫସିଥିବା ସୂଚନା ମିଳିଛି । ସମସ୍ତଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କିଛି ଦିନ ହେବ ଆସାମରେ ପ୍ରବଳ ବର୍ଷା ଲାଗି ରହିଛି । ଚାରିଆଡ ଜଳମୟ ହୋଇଛି । ଆସାମର ବାମୁନି ମଇଦାନ ଓ ନାଭଗ୍ରହରେ ମଧ୍ୟ ଭୂସ୍ଖଳନ ହୋଇଛି । ମଇ ମାସରେ ହୋଇଥିବା ବନ୍ୟା ପରିସ୍ଥିତି ପାଇଁ ୨୭ ଜିଲ୍ଲାର ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ । ଭୂସ୍ଖଳନ ପାଇଁ ୯ଜଣଙ୍କର ମୃତ୍ୟୁ ହୋଇଥିଲା ।

Show More

Related Articles

Back to top button