Breaking PLUSଦେଶମୁଖ୍ୟ ଖବର

ରାୟବରେଲିରୁ ପ୍ରିୟଙ୍କାଙ୍କ ଅପେକ୍ଷା ରାହୁଲ ପ୍ରତିଦ୍ୱନ୍ଦ୍ୱିତା କରିବ ସମ୍ଭାବନା ଅଧିକ

ଲକ୍ଷ୍ନୌ, 17 ଫେବୃଆରୀ – ରାୟବରେଲି ସିଟରୁ ସୋନିଆ ଗାନ୍ଧି ଆଗାମୀ ନିର୍ବାଚନ ନଲଢିବା ନେଇ ଘୋଷଣା ପରେ କଂଗ୍ରେସର ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । କେତେବେଳେ ପ୍ରିୟଙ୍କା ଗାନ୍ଧି ଲଢିବା ନେଇ ଚର୍ଚ୍ଚା ହେଉଥିବା ବେଳେ କେତେବେଳେ ରାହୁଲ ଲଢିବା ନେଇ ଆଲୋଚନା ହେଉଛି । କେରଳରେ ବାମଦଳ ସହିତ ମତଭେଦ କାରଣରୁ ରାହୁଲ ଏଠାରୁ ଲଢିବା ନେଇ ଆଶା କରାଯାଉଛି ।
କଂଗ୍ରେସର ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ଯେ, ବାମଦଳ ଏଥର କେରଳରେ ନିଜ ପ୍ରାର୍ଥୀ ଘୋଷଣା କରିବାକୁ ସଙ୍କେତ ଦେଇଛି । ଏଭଳି ପରିସ୍ଥିତିରେ ରାହୁଲ ଗାନ୍ଧୀ ବାୟନାଡ ସିଟରେ ଜିତିବା ସଙ୍କଟ ହୋଇପାରେ । ବାମଦଳ ସେଠାରେ ପ୍ରାର୍ଥୀ ଘୋଷଣା କଲେ ରାହୁଲ ଗାନ୍ଧିଙ୍କ ପାଇଁ ରାୟବରେଲି ସିଟ୍ ସୁରକ୍ଷିତ ବୋଲି ବିଶ୍ୱାସ କରାଯାଉଛି । ସୋନିଆଙ୍କ ଉତ୍ତରାଧିକାରୀ ଭାବେ ରାହୁଲ ଗାନ୍ଧି ନିର୍ବାଚନ ଲଢିବେ ।

Show More

Related Articles

Back to top button