Breaking PLUSଦେଶମୁଖ୍ୟ ଖବର

କାଶୀରେ ପହଞ୍ଚିଲା ରାହୁଲ ଗାନ୍ଧିଙ୍କ ନ୍ୟାୟ ଯାତ୍ରା

ବାରଣାସୀ, 17 ଫେବୃଆରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ଶନିବାର ଦିନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ପ୍ରବେଶ କରିଛି । ଉତ୍ତର ପ୍ରଦେଶର ଜନପଦ ଚନ୍ଦୌଲି ଦେଇ ରାଜଘାଟ ପୋଲ ନିକଟରେ ପହଞ୍ଚିଥିଲେ ନ୍ୟାୟ ଯାତ୍ରା । ଏଠାରେ କଂଗ୍ରେସର କାର୍ଯ୍ୟକର୍ତ୍ତାମାନେ ହର ହର ମହାଦେବ ନାରା ଦେଇ ନିଜ ନେତାଙ୍କୁ ସ୍ୱାଗତ କରିଥିଲେ ।
ରାଜଘାଟ ପୋଲ ଉପରେ ରାହୁଲ ଗାନ୍ଧିଙ୍କ କାଫିଲା ଆସିବା ପୂର୍ବରୁ କିଛି ଯୁବକ ଏଠାରେ କଳା ପତାକା ପ୍ରଦର୍ଶନ କରିବା ସହ ରାହୁଲ ଗାନ୍ଧି ଫେରିଯାଅ ସହିତ ଜୟଶ୍ରୀରାମ ନାରା ଦେଇଥିଲେ । ଏହାପରେ ପୋଲିସ ସେମାନଙ୍କୁ ହଟାଇ ଦେଇଥିଲା । କଡା ସୁରକ୍ଷା ଭିତରେ ରାହୁଲ ଗାନ୍ଧି ଲାଲରଙ୍ଗ ଖୋଲା ଜିପରେ ବସି ରାଜଘାଟ, ଭଦଓଚୁଙ୍ଗିରୁ କଜ୍ଜାକପୁରା ଦେଇ ଗୋଲଗଡ୍ଡା ପହଞ୍ଚିଥିଲେ ।

Show More

Related Articles

Back to top button