Breaking PLUSଦେଶମୁଖ୍ୟ ଖବରରାଜନୀତି

ବିଜେପିର ରାଷ୍ଟ୍ରୀୟ ପରିଷଦର ଦୁଇ ଦିବସୀୟ ବୈଠକର ଉଦଘାଟନ କଲେ ପିଏମ ମୋଦି

ନୂଆଦିଲ୍ଲୀ, 17 ଫେବୃଆରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଜେପିର ରାଷ୍ଟ୍ରୀୟ ପରିଷଦର ଦୁଇ ଦିବସୀୟ ବୈଠକ ଉଦଘାଟନ କରିଛନ୍ତି । ଭାରତ ମଣ୍ଡପରେ ଆୟୋଜିତ କାର୍ଯ୍ୟକାରିଣୀ ବୈଠକରେ ସାରା ଦେଶରୁ ଆସିଥିବା ପ୍ରାୟ ସାଢେ 11ହଜାର ପ୍ରତିନିଧିଙ୍କୁ ସମ୍ବୋଧିତ କରିବେ ନଡ୍ଡା ।
ଉଦଘାଟନୀ ପୂର୍ବରୁ କେନ୍ଦ୍ର ସରକାରଙ୍କ 10ବର୍ଷର ଉପଲବ୍ଧିକୁ ରେଖାଙ୍କିତ କରିଥିବା ପ୍ରଦର୍ଶନୀ ବୁଲି ଦେଖିଛନ୍ତି ପିଏମ ମୋଦି । ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଅନୁରାଗ ଠାକୁର, ରାଜନାଥ ସିଂହଙ୍କ ସହିତ 11ହଜାରରୁ ଅଧିକ ପ୍ରତିନିଧି ଯୋଗ ଦେଇଛନ୍ତି । ଏଥିରେ ପଂଚାୟତ ମୁଖ୍ୟ ଓ ଜିଲ୍ଲା ଅଧ୍ୟକ୍ଷ ବି ସାମିଲ ହୋଇଛନ୍ତି । ପରିଷଦର ବୈଠକରେ ଦୁଇଟି ପ୍ରସ୍ତାବ ପାରିତ କରାଯିବ । ଏହାସହିତ ଲୋକସଭା ନିର୍ବାଚନରେ ବିଜେପି 4ଶହ ପାର୍ ସଂକଳ୍ପକୁ ସାକାର କରିବା ପାଇଁ ପ୍ରତିନିଧିଙ୍କୁ ମାର୍ଗଦର୍ଶନ କରାଯିବ ।

Show More

Related Articles

Back to top button