Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

ନାମ ନୁହେଁ କାମରୁ ହିଁ ନେହେରୁଙ୍କ ପରିଚୟ: ରାହୁଲ ଗାନ୍ଧି

ନେହେରୁ ମ୍ୟୁଜିୟମର ନାଁ ବଦଳାଇବାକୁ ନେଇ କେନ୍ଦ୍ରକୁ ଟାର୍ଗେଟ

ନୂଆଦିଲ୍ଲୀ: ନେହେରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀର ନାମକୁ ବଦଳାଯାଇ ପ୍ରଧାନମନ୍ତ୍ରୀ ମେମୋରିଆଲ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ ରଖିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ସେ କହିଛନ୍ତି ଯେ, ନାମରେ ନୁହେଁ, ତାଙ୍କ କର୍ମରୁ ହିଁ ନେହେରୁଙ୍କ ପରିଚୟ ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ନେହେରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀର ନାମକୁ ବଦଳାଯାଇ ପ୍ରଧାନମନ୍ତ୍ରୀ ମେମୋରିଆଲ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ ରଖାଯାଇଛି । ଯାହାକୁ କି ବିରୋଧ କରିଛି କଂଗ୍ରେସ । ନେହେରୁ ଓ ନେହେରୁବାଦୀ ସାମ୍ରାଜ୍ୟକୁ ଭୁଲ ଦର୍ଶାଇବା, ବଦନାମ କରିବା ଓ ନଷ୍ଟ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏଜେଣ୍ଡା ବୋଲି କଂଗ୍ରେସ ଅଭିଯୋଗ କରିଛି ।

Show More

Related Articles

Back to top button