Breaking PLUSଓଡ଼ିଶାମୁଖ୍ୟ ଖବର

ହନୁମାନ ପଇସା ଡିଲ୍ ବେଳେ 3 ଗିରଫ

ରାଜ୍ୟ ବାହାରକୁ ଲମ୍ବିଛି ଚେର

ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅଧୀନ ଚାରବାଟୀ ଛକ ଅଞ୍ଚଳରେ ହନୁମାନ ପଇସା ଡିଲ୍‌ ସମୟରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଧରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସଚିନ୍ଦ୍ର କୁମାର ପଟେଲ, ସତ୍ୟରଂଜନ ଜେନା ଓ କାର୍ତ୍ତିକ ମିଶ୍ର । ପ୍ରଥମ ୨ ଅଭିଯୁକ୍ତ ଓଡ଼ିଶାର ହୋଇଥିବା ବେଳେ ତୃତୀୟ ବ୍ୟକ୍ତି ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ଅଭିଯୁକ୍ତମାନଙ୍କ ଠାରୁ ୩ଟି ହନୁମାନ ପଇସା, ୩ଟି ପୁରାତନ ମୁଦ୍ରା, ୧ ବିଦେଶୀ ମୁଦ୍ରା ଜବତକରାଯାଇଛି ।

ଚଢ଼ଉ ସମୟରେ ପୁଲିସ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଧୀନ ଶଙ୍କରାପୋଷର ସଚିନ୍ଦ୍ର କୁମାର ପଟେଲ, ଖୋର୍ଦ୍ଧା ଜିଲ୍ଲା ତମାଣ୍ଡୋ ଥାନା ଅଧୀନ କଳିଙ୍ଗବିହାର ଗାଁର ସତ୍ୟରଂଜନ ଜେନା ଓ ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲା ଦନ୍ତାନ ଥାନା ଅଧୀନ ପାଣିତେଣ୍ଡା ଗାଁର କାର୍ତ୍ତିକ ମିଶ୍ରକୁ ଧରିଥିଲା।

Show More

Related Articles

Back to top button