Breaking PLUSଦେଶମୁଖ୍ୟ ଖବର

ରାୟବରେଲିରେ ଲାଗିଲା ପୋଷ୍ଟର ‘ପ୍ରିୟଙ୍କାକୁ ଡାକୁଛି ରାୟବରେଲି’

ରାୟବରେଲି, ୬ ମାର୍ଚ୍ଚ – ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ରାୟବରେଲିରେ ପୋଷ୍ଟର ଓ ହୋର୍ଡିଂ ଲାଗିଛି । କିଛି ଦିନ ହେବ ପୂରା ସହରରେ ଏଭଳି ପୋଷ୍ଟର ଲାଗୁଥିଲା, ଯେଉଁଥିରେ ପ୍ରିୟଙ୍କା ଗାନ୍ଧୀ ଏଠାରୁ ନିର୍ବାଚନ ଲଢିବାର ଅନୁରୋଧ କରାଯାଉଥିଲା । ଏବେ ପ୍ରିୟଙ୍କାଙ୍କୁ ଡାକୁଛି ରାୟବରେଲି ଏଭଳି ପୋଷ୍ଟର ଓ ହୋର୍ଡିଂ ଲାଗିଛି । ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସମର୍ଥକ ମାନେ ଯେଉଁ ପୋଷ୍ଟର ଲଗାଇଛନ୍ତି ସେଥିରେ ଲେଖାଯାଇଛି ଯେ, କଂଗ୍ରେସର ବିକାଶ କାର୍ଯ୍ୟକୁ ଆଗକୁ ବଢାନ୍ତୁ, ରାୟବରେଲି ଡାକିଛି-ପ୍ରିୟଙ୍କା ଗାନ୍ଧୀ ଆସନ୍ତୁ । ଏହି ପୋଷ୍ଟରରେ ପ୍ରିୟଙ୍କା ଗାନ୍ଧୀଙ୍କ ସହିତ ସୋନିଆ ଗାନ୍ଧୀ, ପୂର୍ବତନ ପିଏମ ଇନ୍ଦିରା ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦଙ୍କ ଫଟୋ ରହିଛି ।

Show More

Related Articles

Back to top button