Breaking PLUSଦେଶମୁଖ୍ୟ ଖବର

ମାର୍ଚ୍ଚ 8ରେ ଉପରାଷ୍ଟ୍ରପତିଙ୍କ କର୍ଣ୍ଣାଟକ, କେରଳ ଓ ତାମିଲନାଡୁ ଗସ୍ତ

ନୂଆଦିଲ୍ଲୀ, ୬ ମାର୍ଚ୍ଚ-ଉପରାଷ୍ଟ୍ରପତି ଜଗଦୀପ ଧନଖଡ ମାର୍ଚ୍ଚ 8ରେ ବେଙ୍ଗାଲୁରୁ (କର୍ଣ୍ଣାଟକ), ତିରୁବନ୍ତପୁରମ (କେରଳ) ଓ କୋଏମ୍ବାଟୁର (ତାମିଲନାଡୁ) ଗସ୍ତ କରିବେ ।
ଉପରାଷ୍ଟ୍ରପତି ସଚିବାଳୟ ବୁଧବାର କୁହାଯାଇଛି ଯେ, ନିଜର ଦିନିକିଆ ଗସ୍ତ ସମୟରେ ଉପରାଷ୍ଟ୍ରପତି ଇସ୍ରୋ ଉପଗ୍ରହ ଏକିକରଣ ଓ ପରୀକ୍ଷଣ ପ୍ରତିଷ୍ଠାନ, ବେଙ୍ଗାଲୁରୁର ଗସ୍ତ କରିବେ । ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ)ର ବୈଜ୍ଞାନିକ ସମୁଦାୟଙ୍କ ସହ କଥା ହେବେ ।
ଉପରାଷ୍ଟ୍ରପତି କେରଳର ତିରୁବନ୍ତପୁରମରେ ରାଜାନକା ପୁରସ୍କାର ସମାରୋହରେ ମୁଖ୍ୟ ଅତିଥି ହେବେ । ସେ ମହାଶିବରାତ୍ରି ପର୍ବରେ ତାମିଲନାଡୁର କୋଏମ୍ବାଟୁରରେ ଈଶା ଯୋଗ କେନ୍ଦ୍ରରେ ଆୟୋଜିତ ସମାରୋହରେ ଭାଗ ନେବେ ।

Show More

Related Articles

Back to top button