Breaking PLUSଦେଶମୁଖ୍ୟ ଖବର

ମମତା ରାଜରେ ମହିଳାଙ୍କ ସହ ଘୋର୍ ପାପ ହୋଇଛି-ପିଏମ ମୋଦି

କୋଲକାତା, ୬ ମାର୍ଚ୍ଚ-ପଶ୍ଚିମବଙ୍ଗ ମାଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମମତା ସରକାରକୁ ନିଶାନା ସାଧିଛନ୍ତି । ସେ କହିଛନ୍ତି ଯେ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଶାସନ ସମୟରେ ନାରୀ ଶକ୍ତି ଉପରେ ଅତ୍ୟାଚାରର ଘୋର ପାପ ହୋଇଛି । ଏହି କାରଣରୁ ପୂରା ଦେଶର ମୁଣ୍ଡ ଆଜି ଲଜ୍ଜାରେ ନଇଁ ଯାଇଛି ।
ବିଜେପି ପକ୍ଷରୁ ମାଟିରେ ଆୟୋଜିତ ନାରୀ ଶକ୍ତି ବନ୍ଦନ ଅଭିନନ୍ଦନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବ ପିଏମ ମୋଦି ଅଭିଯୋଗ ଆଣିଛନ୍ତି ଯେ, ତୃଣମୂଳ କଂଗ୍ରେସ ନେତୃତ୍ୱ ବିଶିଷ୍ଟ ସରକାର ପଶ୍ଚିମବଙ୍ଗର ମହିଳାଙ୍କ ଅପରାଧୀକୁ ସୁରକ୍ଷା ଦେବା ପାଇଁ ପୂରା ଶକ୍ତି ଲଗାଇଦେଇଥିବା ବେଳେ ଉଚ୍ଚ ନ୍ୟାୟାଳୟରୁ ଝଟ୍‌କା ଲାଗିଛି । ଏହି ବ୍ୟବହାର ଯୋଗୁ ପଶ୍ଚିମବଙ୍ଗର ମହିଳା, ଦେଶର ମହିଳାଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଛି । ନାରୀ ଶକ୍ତିର ଆକ୍ରୋଶର ଏହି ଜ୍ୱର ସନ୍ଦେଶଖାଲିରେ ସୀମିତ ରହିବ ନାହିଁ, ପୂରା ପଶ୍ଚିମବଙ୍ଗକୁ ବ୍ୟାପିବ ।
ମୋଦି କହିଛନ୍ତି ଯେ, ଏଠାକାର ମହିଳାମାନେ ଦେଶକୁ ଦିଗ ଦେଇଛନ୍ତି । ଏବଂ ମାଆ ଶାରଦା, ଭଗିନୀ ନିବେଦିତା, ମାତାଂଗିନୀ ହାଜରା ଓ କଳ୍ପନା ଦତ୍ତାଙ୍କ ପରି ଅଗଣିତ ଶକ୍ତି ସ୍ୱରୂପା ଏଠାରେ ଅବିରତତ ହୋଇଛନ୍ତି, କିନ୍ତୁ ଏହି ମାଟିରେ ତୃଣମୂଳର ରାଜରେ ନାରୀ ଶକ୍ତି ଉପରେ ଅତ୍ୟାଚାରର ଘୋର ପାପ ହୋଇଛି । ସନ୍ଦେଶଖାଲିରେ ଯାହା ହୋଇଛି ତାହା ଯୋଗୁ ସମସ୍ତଙ୍କ ମୁହଁ ଲାଜରେ ନଇଁଯିବ, କିନ୍ତୁ ଏଠାକାର ସରକାରଙ୍କୁ ଆପଣଙ୍କ ଦୁଃଖର କୌଣସି ଫରକ ପଡୁନାହିଁ ।

Show More

Related Articles

Back to top button