Breaking PLUSଦେଶମୁଖ୍ୟ ଖବର

ଅମିତ ଶାହ ‘ବେଷ୍ଟ ଅଫ୍ ଆଶା ଭୋସଲେ’ ପୁସ୍ତକର କଲେ ଉନ୍ମୋଚନ

ମୁମ୍ବାଇ, ୬ ମାର୍ଚ୍ଚ -କେନ୍ଦ୍ରମନ୍ତ୍ରୀ ଅମିତ ଶାହ ବୁଧବାର ଦିନ ମହାରାଷ୍ଟ୍ର ଭୂଷଣ ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କ ଫଟୋ ଜୀବନୀ ଉପରେ ଆଧାରିତ ‘ବେଷ୍ଟ ଅଫ୍ ଆଶା ଭୋସଲେ’ ପୁସ୍ତକର ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଆଶା ଭୋସଲେ ମଧ୍ୟ ଉପସ୍ଥିତ ଥିଲେ ।
ପ୍ରସିଦ୍ଧ ଫଟୋଗ୍ରାଫର ଗୌତମ ରାଜାଧ୍ୟକ୍ଷ ପ୍ରସିଦ୍ଧ ଗାୟିକା ଆଶାତାଇ ଭୋସଲେଙ୍କ ଦୁର୍ଲଭ ଫଟୋ ସଂକଳିତ କରି ଏହି ପୁସ୍ତକ ପ୍ରକାଶନ କରିଛନ୍ତି । ଏହି ପୁସ୍ତକ ପ୍ରକାଶନରେ ମୁମ୍ବାଇର ବିଜେପି ଅଧ୍ୟକ୍ଷ ବିଧାୟକ ଆଶିଷ ଶେଲାରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଭ୍ୟାଲୁଏବୁଲ ଗ୍ରୁପର ସହଯୋଗରେ ଏହି ପୁସ୍ତକ ପ୍ରକାଶିତ ହୋଇଛି । ପୁସ୍ତକରେ ଆଶାଙ୍କର 42ଟି ଭିନ୍ନ ଭିନ୍ନ ଫଟୋ ଏବଂ ସେହି ମୁହୂର୍ତ୍ତର ସ୍ମୃତିକୁ ସୁନ୍ଦର ଭାବେ ଉପସ୍ଥାପିତ କରାଯାଇଛି ।

Show More

Related Articles

Back to top button