Breaking PLUSଦେଶମୁଖ୍ୟ ଖବର

ମାର୍ଚ୍ଚ 8ରୁ ଦୁଇଦିନିଆ ଆସାମ ଗସ୍ତରେ ଯିବେ ପିଏମ ମୋଦି

ଗୋଲାଘାଟ, ୬ ମାର୍ଚ୍ଚ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଦୁଇଦିବସୀୟ ଗସ୍ତରେ ମାର୍ଚ୍ଚ 8ରେ ଆସାମରେ ପହଂଚିବେ । ପିଏମ ମୋଦି ମାର୍ଚ୍ଚ 9ରେ କାଜିରଂଗା ଉଦ୍ୟାନ ଗସ୍ତ କରିବେ ଏବଂ ଜୋରାହାଟ ଜିଲ୍ଲାରେ ଲାଚିତ ବରଫୁକନର ପ୍ରତିମାର ଅନାବରଣ କରିବେ ।
ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ମୋଦି ମାର୍ଚ୍ଚ 8ରେ କାଜିରଙ୍ଗାରେ ପହଂଚିବେ ଏବଂ ଏଠାକାର ପୋଲିସ ଗେଷ୍ଟ ହାଉସରେ ରାତ୍ରିଯାପନ କରିବେ । ପ୍ରଧାନମନ୍ତ୍ରୀ ମାର୍ଚ୍ଚ 9 ସକାଳେ ଉଦ୍ୟାନ ଗସ୍ତ କରିବେ । ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ଜଙ୍ଗଲ ସଫାରୀ ପାଇଁ ହାତୀ ଓ ଜିପ ଦୁଇଟି ଯାକ ବ୍ୟବସ୍ଥା କରିଛନ୍ତି । ଏହି ଅବସରରେ ପର୍ଯ୍ୟଟକଙ୍କ ପାଇଁ ମାର୍ଚ୍ଚ 8 ଓ 9 ତାରିଖରେ ହାତୀ ଓ ଜିପ ସଫାରୀ ବନ୍ଦ ରହିବ । ପ୍ରଧାନମନ୍ତ୍ରୀ ମାର୍ଚ୍ଚ 9ରେ ଜୋରହାଟ ଜିଲ୍ଲାର ଟିୟକରେ ଲଚିତ ବରଫୁକନଙ୍କ ପ୍ରତିମା ଅନାବରଣ କରିବେ ।

Show More

Related Articles

Back to top button