Breaking PLUSଦେଶମୁଖ୍ୟ ଖବର

କାଲି ଶ୍ରୀନଗର ଯିବେ ପିଏମ ମୋଦି, କୃଷି ପର୍ଯ୍ୟଟନ ସହ ଜଡିତ ପ୍ରକଳ୍ପ ଦେବେ ଭେଟି

ନୂଆଦିଲ୍ଲୀ, ୬ ମାର୍ଚ୍ଚ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ 7ରେ ଶ୍ରୀନଗର ଗସ୍ତ କରିବେ ଏବଂ ବିକଶିତ ଭାରତ, ବିକଶିତ ଜମ୍ମୁ କଶ୍ମୀର କାର୍ଯ୍ୟକ୍ରମରେ ଭାଗ ନେବେ ।
ସେ ଜମ୍ମୁ-କଶ୍ମୀରରେ କୃଷି ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରାୟ 5ହଜାର କୋଟି ଟଙ୍କାର କାର୍ଯ୍ୟକ୍ରମ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ସମଗ୍ର କୃଷି ବିକାଶ କାର୍ଯ୍ୟକ୍ରମରେ ଜମ୍ମୁ-କଶ୍ମୀରରେ ପ୍ରାୟ 2.5 ଲକ୍ଷ ଚାଷୀଙ୍କୁ ଦକ୍ଷ କିଷାନ ପୋର୍ଟାଲ ମାଧ୍ୟମରେ କୌଶଳ ବିକାଶରେ ସଜାଯିବ ।କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରାୟ 2ହଜାର ଚାଷୀ ଝର ମଧ୍ୟ ସ୍ଥାପିତ କରାଯିବ ।
ପର୍ଯ୍ୟଟକ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଧାନମନ୍ତ୍ରୀ ସ୍ୱଦେଶ ଦର୍ଶନ ଓ ପ୍ରସାଦ ଯୋଜନା ଅନ୍ତର୍ଗତ 1400 କୋଟି ଟଙ୍କାରୁ ଅଧିକର 52ଟି ପର୍ଯ୍ୟଯନ କ୍ଷେତ୍ର ପ୍ରକଳ୍ପକୁ ଉତ୍ସର୍ଗ କରିବେ । ପ୍ରଧାନମନ୍ତ୍ରୀ ହଜରତବଲ ତୀର୍ଥସ୍ଥଳର ଏକୀକୃତ ବିକାଶ ଶ୍ରୀନଗରର ପ୍ରକଳ୍ପ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବେ ।

Show More

Related Articles

Back to top button