Breaking PLUSଦେଶମୁଖ୍ୟ ଖବର

ମାର୍ଚ୍ଚ 9ରେ ବାରଣାସୀରେ ପହଂଚିବେ ପିଏମ ମୋଦି, କାର୍ଯ୍ୟକର୍ତ୍ତାଙ୍କୁ ଦେବେ ବିଜୟ ମନ୍ତ୍ର

ବାରଣାସୀ, ୬ ମାର୍ଚ୍ଚ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜମଗଡ ଯିବା ପୂର୍ବରୁ ନିଜ ସଂସଦୀୟ କ୍ଷେତ୍ର ବାରଣାସୀ ପହଂଚିବେ ଏବଂ କାର୍ଯ୍ୟକର୍ତ୍ତା ଓ ପଦାଧିକାରୀଙ୍କୁ ବିଜୟ ମନ୍ତ୍ର ଦେବେ । ପ୍ରଧାନମନ୍ତ୍ରୀଙ୍କ ଆଗମନ ସଂକେତ ମିଳିବା ମାତ୍ରେ ଜିଲ୍ଲା ପ୍ରଶାସନ ଓ ବିଜେପି ସଂଗଠନ ପ୍ରସ୍ତୁତିରେ ଲାଗିପଡିଛନ୍ତି । ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ବିଭିନ୍ନ କାର୍ଯ୍ୟକ୍ରମ ଓ ଜନସଭାରେ ଭାଗ ନେବା ପରେ ରାତିରେ ବାରଣାସୀରେ ପହଂଚିବେ । ବାବତପୁର ଏୟାରପୋର୍ଟରୁ ପ୍ରଧାନମନ୍ତ୍ରୀ ମୋଦି କଡା ସୁରକ୍ଷା ମଧ୍ୟରେ ବରେକା ଗେଷ୍ଟହାଉସରେ ପହଂଚିବେ ।
ବରେକାରେ ରାତ୍ରି ବିଶ୍ରାମ ପରେ ପରଦିନ ପୂର୍ବାହ୍ନ 10ଟାରେ ବେରକା ହେଲିପ୍ୟାଡରୁ ଆଜମଗଡ ଯିବେ । ଆଜମଗଡରେ ନବନିର୍ମିତ ମନ୍ଦୁରୀ ଏୟାରପୋର୍ଟ ସମେତ ଦେଶର 10ଟି ଏୟାରପୋର୍ଟର ଉଦଘାଟନ କରିବେ । ଏହି ଅବସରରେ ଅଂଚଳରେ ଅନ୍ୟ ପ୍ରକଳ୍ପର ଲୋକାର୍ପଣ ମଧ୍ୟ କରିବେ । ପ୍ରଧାନମନ୍ତ୍ରୀ ଆଜମଗଡରୁ ବାବତପୁର ଆସି ଏଠାରୁ ଦିଲ୍ଲୀ ଯିବେ ।

Show More

Related Articles

Back to top button