Breaking PLUSଦେଶମୁଖ୍ୟ ଖବର

ସନ୍ଦେଶଖାଲି ଉପରେ କୋଲକତା ହାଇକୋର୍ଟଙ୍କ ନିଷ୍ପତ୍ତି ବିରୁଦ୍ଧରେ ସୁପ୍ରିମକୋର୍ଟ ଗଲେ ପଶ୍ଚିମବଙ୍ଗ ସରକାର, ଶୀଘ୍ର ଶୁଣାଣି ପାଇଁ ଦାବି

ନୂଆଦିଲ୍ଲୀ, ୬ ମାର୍ଚ୍ଚ – ସନ୍ଦେଶଖାଲିରେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣର ତଦନ୍ତ ସିବିଆଇକୁ ଦିଆଯିବା ନେଇ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୁଦ୍ଧରେ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟରେ ଆଜି ପୁଣି ମାମଲା ଉଠାଇଛନ୍ତି । ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଓକିଲ ଅଭିଷେକ ମନୁ ସାଂଘଭି ଜଷ୍ଟିସ ସଂଜୀବ ଖତ୍ରାଙ୍କ ଅଧ୍ୟକ୍ଷତା ବିଶିଷ୍ଟ ବେଂଚ ନିକଟରେ ମାମଲା ରଖିବା ସହ ଶୀଘ୍ର ଶୁଣାଣି ପାଇଁ ଦାବି କରିଛନ୍ତି ।
ସିଂଘଭି କୋର୍ଟଙ୍କୁ କହିଥିଲେ ଯେ, ଶାହଜହାଁ ଶେଖର ହେପାଜତ ଇଡିକୁ ଦିଆନଯିବା ଉପରେ ଇଡି କୋଲକାତା ହାଇକୋର୍ଟରେ ଅବମାନନା ପିଟିସନ ଦାୟର କରିଛନ୍ତି । ଜଷ୍ଟିସ ସଂଜୀବ ଖତ୍ରା କହିଥିଲେ ଯେ, ଆପଣ ପ୍ରଧାନ ବିଚାରପତିଙ୍କ ନିକଟରେ ଅନୁରୋଧ କରନ୍ତୁ, ସେ ହିଁ ଶୁଣାଣି ତାରିଖ ଧାର୍ଯ୍ୟ କରିବେ ।

Show More

Related Articles

Back to top button