Breaking PLUSଦେଶମୁଖ୍ୟ ଖବରରାଜନୀତି

ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ

ଚଣ୍ଡିଗଡ, 3 ଫେବୃଆରୀ – ପଞ୍ଜାବ ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳ ପୁରୋହିତ ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହାପୂର୍ବରୁ ରାଜ୍ୟପାଳ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଥିଲେ ।
ବିଜେପି ସହିତ ଦୀର୍ଘ ସମୟ ଧରି ଜଡିତ ଥିବା ପୁରୋହିତ 2021 ସେପ୍ଟେମ୍ବର 11ରେ ପଞ୍ଜାବର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ । ଏହାପୂର୍ବରୁ ସେ 2017ରୁ 2021 ଯାଏ ତାମିଲନାଡୁ ଓ 2016-17 ଯାଏ ଆସମର ରାଜ୍ୟପାଳ ଥିଲେ ।

Show More

Related Articles

Back to top button