Breaking PLUSଓଡ଼ିଶାମୁଖ୍ୟ ଖବର

ସମ୍ମାନ ଘୋଷଣା ପରେ ଭାବୁକ ହେଲେ ଲାଲକୃଷ୍ଣ ଆଡଭାନୀ

ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ

ନୂଆଦିଲ୍ଲୀ, 3 ଫେବୃଆରୀ – ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବା ନେଇ ଘୋଷଣା ପରେ ସେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଏହି ମୁହୂର୍ତ୍ତରେ ଦିବଂଗତ ଦୀନଦୟାଲ ଉପାଧ୍ୟାୟ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମରଣ କରି କହିଛନ୍ତି ଯେ, ତାଙ୍କୁ ସେମାନଙ୍କ ସହିତ କାମ କରିବାର ସୌଭାଗ୍ୟ ମିଳିଥିଲା ।
ବିଜେପିର ବୟୋଜ୍ୟଷ୍ଠ ନେତା ଏକ ବକ୍ତବ୍ୟ ଜାରି କରି କହିଛନ୍ତି ଯେ, 14 ବର୍ଷ ବୟସରେ ସେ ଆରଏସଏସର କାର୍ଯ୍ୟକର୍ତ୍ତା ହେବା ପରେ ସେ ଦେଶ ସେବା ଓ ତାଙ୍କୁ ଦିଆଯାଇଥିବା କାମକୁ ସମର୍ପଣର ପାରିତୋଷିକ ମାନିଥିଲେ । ସେ ଇଦଂ ନ ମମରେ ପ୍ରେରିତ ହୋଇ ଏହା ମାନିଥିଲେ ଯେ, ଏହି ଜୀବନ ନିଜର ନୁହେଁ, ବରଂ ଦେଶର ଅଟେ ।
ଆଡଭାନୀ ନିଜ ଦିବଂଗତ ପତ୍ନୀ କମଲା ଓ ପରିବାରର ସମସ୍ତଙ୍କୁ ମନେ ପକାଇଥିଲେ, ଯେଉଁମାନଙ୍କ ସହ ସେ କାମ କରିବାର ସୁଯୋଗ ପାଇଥିଲେ । ଏହା ଦେଶ ସଫଳତାର ଶିଖର ଛୁଉଁ ବୋଲି ସେ କାମନା କରିଥିଲେ ।
ଏଠାରେ ସୂଚନାଯୋଗ୍ୟ, ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆହଭାନୀଙ୍କୁ ଭାରତ ରତ୍ନ ଦିଆଯିବା ନେଇ ରାଷ୍ଟ୍ରପତି ସଚିବାଳୟ ପକ୍ଷରୁ ଘୋଷଣା କରାଯାଇଛି । ଏହି ଘୋଷଣା ପରେ ସାମ୍ବାଦିକମାନେ ତାଙ୍କ ବାସଭବନରେ ପହଞ୍ଚିଥିଲେ । ସେ ଭାବୁକ ଅବସ୍ଥାରେ ମିଡିଆ ସମ୍ମୁଖକୁ ଆସିଥିଲେ । ବୟସ କାରଣୁ ତାଙ୍କ ଝିଅ ପ୍ରତିଭା ଆଡଭାନୀ ମିଡିଆ ସହ କଥା ହୋଇଥିଲେ । ତାଙ୍କ ପୂରା ପରିବାର ଖୁସି ଥିବା ସେ କହିଥିଲେ । ଆଜି ତାଙ୍କ ମାଆ କମଳା ଆଡଭାନୀ ଅଧିକ ମନେ ପଡୁଥିବା ତାଙ୍କ ଝିଅ କହିଥିଲେ । ଏହି ସମ୍ମାନ ପାଇଁ ସେ ପିଏମ ମୋଦି ଓ ଦେଶର ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ ।

Show More

Related Articles

Back to top button