Breaking PLUSଦେଶମୁଖ୍ୟ ଖବର

ଲଦ୍ଦାଖକୁ ରାଜ୍ୟ ମାନ୍ୟତା ଦେବାକୁ ଜୋର ଧରିଲା ଦାବି

କାରଗିଲ ବନ୍ଦ, ଲେହରେ ରାଲି

କାରଗିଲ, 3 ଫେବୃଆରୀ – କେନ୍ଦ୍ର ଶାସିତ ଅଞ୍ଚଳ ଲଦ୍ଦାଖକୁ ରାଜ୍ୟ ମାନ୍ୟତା ଓ ଅନ୍ୟ ଦାବି ନେଇ ଶନିବାର କାରଗିଲ ଜିଲ୍ଲା ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଲେହରେ ରାଲି କରାଯାଇଛି । ଏହି ବିରୋଧ ଓ ବିକ୍ଷୋଭ ମଧ୍ୟରେ ଲଦ୍ଦାଖ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଫେବୃୟାରୀ 19ରେ ନୂଆଦିଲ୍ଲୀରେ ଉଚ୍ଚାଧିକାର ପ୍ରାପ୍ତ କମିଟିର ବୈଠକ ଡକାଯାଇଛି ।
ଲଦ୍ଦାଖରେ ବିଭିନ୍ନ ରାଜନୈତିକ, ସାମାଜିକ, ଧାର୍ମିକ, ଛାତ୍ର ସଙ୍ଗଠନର ପ୍ରତିନିଧିତ୍ୱ କରୁଥିବା କାରଗିଲ ଡେମୋକ୍ରେଟିକ ଆଲାଏନ୍ସ ଓ ଲେହ ଏପେକ୍ସ ବଡି ନିଜର ଦାବିକୁ ନେଇ କାରଗିଲ ବନ୍ଦ ଓ ଲେହ ଚଲୋର ଆହ୍ୱାନ ଦେଇଥିଲା । ତାଙ୍କ ପ୍ରମୁଖ ଦାବି ମଧ୍ୟରେ ଲଦ୍ଦାଖକୁ ରାଜ୍ୟ ମାନ୍ୟତା, ସାମ୍ବିଧାନିକ ସୁରକ୍ଷା ଉପାୟ, ଶୀଘ୍ର ଚାକିରି ଭର୍ତ୍ତି ପ୍ରକ୍ରିୟା ସମେତ ଅନ୍ୟ ଦାବି ରହିଛି ।

Show More

Related Articles

Back to top button