ଦେଶ ବିଦେଶରାଜନୀତି

ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବଙ୍କ ସମେତ ୪ କଂଗ୍ରେସ ନେତାଙ୍କ ବିରୋଧରେ ମାମଲା ରୁଜୁ

କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବଙ୍କ ସମେତ ୪ ଜଣଙ୍କ ବିରୋଧରେ ଲକ୍ଷ୍ନୌର ହୁସୈନଗଞ୍ଜ ଥାନାରେ ମାମଲା ରୁଜୁ ହୋଇଛି। ସେମାନେ ମାରପିଟ୍‌ କରୁଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି।

ଯେଉଁମାନଙ୍କ ବିରୋଧରେ ମାମଲା ହୋଇଛି ସେମାନଙ୍କ ମଧ୍ୟରେ ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବ ସନ୍ଦୀପ ସିଂହ, ପ୍ରଦେଶ ସାଧାରଣ ସମ୍ପାଦକ ଶିବ ପାଣ୍ଡେୟ ଏବଂ ପ୍ରଶାସନ ପ୍ରଭାରୀ ଯୋଗେଶ ଦିକ୍ଷୀତ ମଧ୍ୟ ସାମିଲ ଅଛନ୍ତି । ବୁଧବାର ବିଳମ୍ବିତ ରାତିରେ ୪ ଜଣଙ୍କ ବିରୋଧରେ ପ୍ରଶାନ୍ତ କୁମାର ନାମକ ବ୍ୟକ୍ତି ଏତଲା ଦେଇଛନ୍ତି ବୋଲି ଥାନାଧିକାରୀ କହିଛନ୍ତି ।

ତାଙ୍କ ସହ ଯୋଗେଶ ଦିକ୍ଷୀତ, ଶିବ ପାଣ୍ଡେୟ ଏବଂ ସନ୍ଦୀପ ସିଂହ ମାରପିଟ୍‌ କରିଥିବା ନେଇ ସେ ଲେଖିଛନ୍ତି। ସେମାନେ ସମସ୍ତେ ରାତିରେ ପ୍ରଶାନ୍ତଙ୍କ ଘର ଭିତରକୁ ଲୁଚିଛପି ଦେଖୁଥିଲେ । ଏନେଇ ବିରୋଧ କରିବାରୁ ତାଙ୍କ ସହ ମାରପିଟ୍‌ କରିଥିଲେ ବୋଲି ପ୍ରଶାନ୍ତ ଅଭିଯୋଗ କରିଛନ୍ତି। ପୋଲିସ ପ୍ରିୟଙ୍କାଙ୍କ ବ୍ୟକ୍ତିଗତ ସଚିବଙ୍କ ସମେତ ୪ ଜଣଙ୍କ ବିରୋଧରେ ଧାରା ୩୨୩ରେ ମାମଲା ରୁଜୁ କରିଛି। ତଦନ୍ତ ପରେ ଚାରି ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ ଅଜୟ କୁମାର କହିଛନ୍ତି ।

Show More

Related Articles

Back to top button