ଦେଶ ବିଦେଶବାଣିଜ୍ୟ

ମାସର ସର୍ବନିମ୍ନ ସ୍ତରରେ କ୍ରିପ୍ଟୋ ବଜାର

ବିଟ୍ କଏନରୁ ଆରମ୍ଭ କରି ଇଥେରିୟମର ମୂଲ୍ୟ ହ୍ରାସ

ବିଶ୍ୱର ସବୁଠୁ ଲାଭଦାୟୀ କ୍ରିପ୍ଟୋ କରେନ୍ସୀ ନିବେଶକଙ୍କୁ ନିରାଶ କରିଛି। ବିଟ କଏନ ଦର ଶୁକ୍ରବାର ମାସର ସର୍ବନିମ୍ନ ସ୍ତରରେ କାରବାର କରୁଥିବା ଦେଖାଯାଇଛି। ଗତ ୬ ମାସର ବିଟକଏନ କାରବାର ଉପରେ ନଜର ପକାଇଲେ ଚଳିତ ସପ୍ତାହ ଏହି ଡିଜିଟାଲ ମୁଦ୍ରାଲାଗି ସବୁଠୁ ଖରାପ ସମୟ ବୋଲି କୁହାଯାଇପାରେ। ତେବେ କେବଳ ବିଟ୍‌ କଏନ ନୁହେଁ ବଜାରରେ କାରବାର କରୁଥିବା ଟପ୍ ଟେନ୍‌ କ୍ରିଫ୍ଟୋ କରେନ୍ସୀରୁ ୮ ଏବେ ମୂଲ୍ୟ ହ୍ରାସରେ କାରବାର କରୁଥିବା ଜଣାପଡିଛି। ଜାଗତିକ କ୍ରିପ୍ଟୋକରେନ୍ସୀ ବଜାର ପୁଞ୍ଜିକରଣ( ମାର୍କେଟ କ୍ୟାପିଟାଲ)ରେ ଅଚାନକ ୧.୮୭ ପ୍ରତିଶତ ହ୍ରାସ ଦେଖା ଯାଇଛି। ଫଳରେ ବିଟ କଏନ ବଜାର ୨.୫୪ ଟ୍ରିଲିୟନ ଡଲାରକୁ ଖସିଛି।

ଗତ ୨୪ ଘଣ୍ଟାରେ କ୍ରିପ୍ଟୋ ବଜାରର ମୋଟ ଭଲ୍ୟୁମ ୧୪୮.୭୧ ବିଲିୟନ ଡଲାରକୁ ପହଞ୍ଚିଥିବା ଜଣାପଡିଛି। ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୩ଟା ବେଳେ ବିଟ୍ କଏନ ୩.୨୬ ପ୍ରତିଶତ ହ୍ରାସ ସହ ପ୍ରତି କଏନ ୫୭,୧୭୭.୧୬ ଡଲାରକୁ ପହଞ୍ଚିଛି। ସେହିପରି ଇଥେରିୟମ ୦.୫୮ ପ୍ରତିଶତ ହ୍ରାସ ସହ ୪,୧୬୧.୯୬ ଡଲାରରେ କାରବାର କରୁଥିବା ବେଳେ ବାଇନାନ୍ସ କଏନ ୦.୫୪ ପ୍ରତିଶତ ହ୍ରାସ ସହ ୫୬୩.୦୭ ଡଲାର, ଟେଥର ୦.୨୧ ପ୍ରତିଶତ ହ୍ରାସ ସହ ୧.୦୦ ଡଲାର, ସୋଲାନା ୧.୬୮ ପ୍ରତିଶତ ହ୍ରାସ ସହ ୨୦୪.୯୩ ଡଲାର, କାର୍ଡାନୋ ୦.୦୬ ପ୍ରତିଶତ ହ୍ରାସ ସହ ୧.୮୨ ଡଲାର, ଏକ୍ସଆରପି ୨.୦୧ ପ୍ରତିଶତ ହ୍ରାସ ସହ ୧.୦୬ ଡଲାର, ପୋଲ୍କା ଡଟ୍ ୦.୬୪ ପ୍ରତିଶତ ହ୍ରାସ ସହ ୪୦.୧୩ ଡଲାର, ୟୁଏସଡି କଏନ ୦.୦୨ ପ୍ରତିଶତ ହ୍ରାସ ସହ ୧ ଡଲାର, ଡଜ କଏନ ୧.୪୬ ପ୍ରତିଶତ ହ୍ରାସ ସହ ୦.୨୨୬୩ ଡଲାର ଦରରେ ପହଞ୍ଚିଛି।

Show More

Related Articles

Back to top button