Breaking PLUSଓଡ଼ିଶାମୁଖ୍ୟ ଖବର

ଅନୁଗୁଳ ଓ ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ସ୍ମାର୍ଟ ହେଲ୍‌ଥ କାର୍ଡ

ଆସନ୍ତାକାଲି ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଭୟ ଜିଲ୍ଲାର ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ଏହା ସହ ସେ ପ୍ରାୟ ୧୮ଶହ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ।

ଏନେଇ ଉଭୟ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ କଡା ସୁରକ୍ଷା ବଳୟ ସୃଷ୍ଟି କରାଯାଇଥିବା ବେଳେ ବ୍ୟାପକ ପୋଲିସ ଫୋର୍ସ ମୃତୟନ ବ୍ୟବସ୍ଥା କରାଯାଇଛି ।

ଅନୁଗୁଳ ଜିଲ୍ଲାର ମୁଖ୍ୟ ଷ୍ଟାଡିୟମ ପଡିଆ ଓ ଢେଙ୍କାନାଳର ମିନି ଷ୍ଟାଡିୟମ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ସଭାରେ ଯୋଗ ଦେଇ ହିତାଧିକାରୀମାନଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିବେ । ଏହା ସହ ଅନୁଗୁଳ ଜିଲ୍ଲାରେ ୯୨୪କୋଟି ଓ ଢେଙ୍କାନାଳ ଜିଲ୍ଲାରେ ୮ଶହ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଅନୁଗୁଳର କାର୍ଯ୍ୟକ୍ରମ ପରେ ଢେଙ୍କାନାଳ ମିନି ଷ୍ଟାଡିୟମଠାରେ ମଧ୍ୟାହ୍ନ ୧୨ଟା ସମୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି । ଏଥିରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ଜିଲ୍ଲାର ବିଧାୟକମାନେ ଉପସ୍ଥିତ ରହିବେ । କାର୍ଯ୍ୟକ୍ରମ ପାଇଁ ବିଜୁ ଜନତା ଦଳର କର୍ମୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ବେଶ ତତ୍ପର ହୋଇପଡିଥିବା ଦେଖିବାକୁ ମିଳିଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ଉଭୟ ଜିଲ୍ଲାରେ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବଳୟ ପ୍ରସ୍ତୁତ କରାଯାଇଛି । ଏପରିକି ସଭାସ୍ଥଳରେ କେବଳ ନିର୍ଦ୍ଦିଷ୍ଟ ସ୍ମାର୍ଟ କାର୍ଡ ପାଇବାକୁ ଥିବା ହିତାଧିକାରୀ, କର୍ମୀ ଓ ସରକାରୀ ଅଧିକାରୀ ଉପସ୍ଥିତ ରହିବେ । କୋଭିଡ କଟକଣା କଡାକଡି କରାଯାଇ ସମସ୍ତଙ୍କର ଆରଟିପିସିଆର ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । ଏପରିକି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ବାରଣ ରହିଥିବାବେଳେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅନୁଗୁଳରେ ୨୪ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଥିବାବେଳେ ଢେଙ୍କାନାଳରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଜିଲ୍ଲାର ସମସ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ୧୩ ପ୍ଲାଟୁନ ଫୋର୍ସ ମୃତୟନ ହେବେ । ଏନେଇ ଢେଙ୍କାନାଳ ଏସପି ପ୍ରକାଶ କରିଛନ୍ତି । ଏହା ସହ ବସଷ୍ଟାଣ୍ଡ ଓ ଗଣେଶ ବଜାର ଠାରେ ସ୍ୱତନ୍ତ୍ର ବାରିକେଡ୍ କରାଯାଇଛି । ଶନିବାର ବସ ଷ୍ଟାଣ୍ଡ ଟ୍ରାଫିକ ଛକରୁ ଗଣେଶ ବଜାର ମୁଖ୍ୟ ରାସ୍ତାକୁ ସମୂର୍ଣ୍ଣ ସିଲ୍ କରାଯିବ ବୋଲି ମଧ୍ୟ ସୂଚନା ମିଳିଛି ।

Show More

Related Articles

Back to top button