ଦେଶ ବିଦେଶବାଣିଜ୍ୟ

ଦେଶରେ ପୁଣି ଶସ୍ତା ହେବ ପେଟ୍ରୋଲ-ଡିଜେଲ ଦାମ !

ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଳଗାତାର ଭାବେ ବୃଦ୍ଧି ପାଉଥିବା ବେଳେ ଦୀପାବଳି ଦିନ ହଠାତ୍‌ ଭ୍ୟାଟ୍‌ ହ୍ରାସ କରିଥିଲେ କେନ୍ଦ୍ର ସରକାର ।

ଏହା ପରେ ଅନେକ ରାଜ୍ୟ ପେଟ୍ରୋଲ ଏବଂ ଡିଜେଲ ଉପରୁ ଭ୍ୟାଟ୍‌ କମାଇଥିଲେ । ଯାହା ଫଳରେ ଖାଉଟିଙ୍କୁ ସାମାନ୍ୟ ଆଶ୍ବସ୍ତୀ ମିଳିଥିଲା । ଏହାକୁ ନେଇ ରାଜନୀତି ମଧ୍ୟ ତୀବ୍ର ହୋଇଥିଲା । ବିଜେପି ଶାସିତ କିଛି ରାଜ୍ୟରେ ଉପ-ନିର୍ବାଚନରେ ଦଳ ଖରାପ ପ୍ରଦର୍ଶନ କରିବା ପରେ ତେଲ ଦର କମାଇବାକୁ ବାଧ୍ୟ ହେଲା ବୋଲି ବିରୋଧୀ କହିଥିଲେ । କିନ୍ତୁ ଏବେ ପୁଣି ଥରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର କମିବା ନେଇ ଆକଳନ କରାଯାଉଛି । ବିଶ୍ବର ଦ୍ବିତୀୟ ସର୍ବବୃହତ ତେଲ ଉପଭୋକ୍ତା ଦେଶ ଚୀନ ଏଭଳି କିଛି ପଦକ୍ଷେପ ନେବାକୁ ଯାଉଛି ଯାହା ଦ୍ବାରାକି ଅଶୋଧିତ ତୈଳ ଅଧିକ ପରିମାଣରେ ମହଜୁଦ ରହିପାରିବ । ମିଳିଥିବା ସୂଚନା ଅନୁସାରେ, ଜରୁରୀକାଳୀନ ବ୍ୟବହାର ପାଇଁ ରଖିଥିବା ଅଶୋଧିତ ତୈଳ ରିଲିଜ୍‌ କରିପାରେ ଚୀନ । ଯାହା ଫଳରେ ଆଗାମୀ ଦିନରେ ଏହାର ସିଧାସଳଖ ପ୍ରଭାବ ପଡିବ ଏବଂ ଭାରତରେ ପେଟ୍ରୋଲ-ଡିଜେଲ ଦର କମିବ ।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ମାସରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୫ ଡଲାରରୁ ଉପରକୁ ଚାଲିଯାଇଥିଲା । ଯାହାକି ୨୦୧୪ ପରଠାରୁ ସବୁଠାରୁ ଅଧିକ । ଏହାର ପ୍ରଭାବ ଘରୋଇ ବଜାର ଉପରେ ମଧ୍ୟ ପଡିଥିଲା । ଏବେ ଯଦି ଚୀନ ଏବଂ ଆମେରିକା ନିଜର ତୈଳ ଭଣ୍ଡାର ନିସ୍କାସନ କରନ୍ତି ତେବେ ବିଶ୍ବରେ ତୈଳ ଦର ହ୍ରାସ ପାଇବ । ଭାରତ ମଧ୍ୟ ଏଥିରେ ଉପକୃତ ହେବ । ଆରେମିକା ଯଦି ତାର ଷ୍ଟ୍ରାଟେଜିକ୍‌ ପେଟ୍ରୋଲିୟମ ରିଜର୍ଭ (SPR) ଜାରି କରିବ ତେବେ ବିଶ୍ବରେ ତେଲ ରପ୍ତାନୀ ବୃଦ୍ଧି ପାଇବ । ଯାହା ଫଳରେ କ୍ରୁଡ୍‌ ଅଏଲ ଦାମ ହ୍ରାସ ପାଇବ । ଏପରି ହେଲେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୦ ଡଲାରକୁ ଖସିଆସିବ । ଫଳରେ ଭାରତ ସମେତ ଅନ୍ୟ ଦେଶମାନଙ୍କରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ । ସୂଚନାଯୋଗ୍ୟ, ଚଳିତ ଦୀପାବଳିରେ ପେଟ୍ରୋଲ ଏବଂ ଡିଜେଲ ଉପରୁ ଯଥାକ୍ରମେ ୫ ଟଙ୍କା ଓ ୧୦ ଟଙ୍କା ଭ୍ୟାଟ୍‌ ହ୍ରାସ କରିଥିଲେ କେନ୍ଦ୍ର ସରକାର । ଏହା ପରେ ବିଭିନ୍ନ ରାଜ୍ୟ ସରକାର ମଧ୍ୟ ତେଲ ଦର କମାଇଥିଲେ । ଫଳରେ ଖାଉଟିଙ୍କୁ ତେଲ ଯନ୍ତ୍ରଣାରୁ ସାମାନ୍ୟ ଆଶ୍ବସ୍ତୀ ମିଳିଥିଲା ।

Show More

Related Articles

Back to top button