Breaking PLUSଓଡ଼ିଶାମୁଖ୍ୟ ଖବର

କଟକରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ପ୍ରଶିକ୍ଷଣ ଆରମ୍ଭ

ଭୁବନେଶ୍ୱର, 30 ଜାନୁଆରୀ – କଟକ ସ୍ଥିତ ଜନଶିକ୍ଷା ଅନୁଷ୍ଠାନରେ ପୂର୍ଣ୍ଣ କ୍ଷମତାରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ପ୍ରଶିକ୍ଷଣ ଆରମ୍ଭ ହୋଇଛି । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ଏହି ଶିକ୍ଷାନୁଷ୍ଠାନରେ 45 ଜଣଙ୍କୁ ବିଶ୍ୱକର୍ମା ସିଲେଇ କାରିଗରୀରେ ଅତ୍ୟାଧୁନିକ ପଦ୍ଧତିରେ ପ୍ରଶିକ୍ଷଣ ଦିଆଯିବ । ଏହି ପଦକ୍ଷେପ ଦ୍ୱାରା ପିଢ଼ି ପିଢ଼ି ଧରି କୌଳିକ ବୃତ୍ତିକୁ ଆପଣାଇଥିବା ବ୍ୟବସାୟୀ ତଥା ପୋଷାକ ସାମଗ୍ରୀ କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳ ସୃଷ୍ଟି ହେବେ । ଓଡ଼ିଶାରେ ଆଜିର କୁଶଳୀ ବିଶ୍ୱକର୍ମାଙ୍କ ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ସ୍ଥାନୀୟ କପଡ଼ା ଶିଳ୍ପରେ ସଂଗଠିତ କ୍ଷୁଦ୍ର ଉଦ୍ୟୋଗ ସୃଷ୍ଟି କରିବାରେ ଏହା ସହାୟକ ହେବ ।

Show More

Related Articles

Back to top button