Breaking PLUSଦେଶମୁଖ୍ୟ ଖବର

ଆଜିଠୁ ତିନି ଦିନିଆ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅହମଦାବାଦ, 8 ଜାନୁୟାରୀ – ଭାଇବ୍ରେଣ୍ଟ ଗୁଜରାଟ ଗ୍ଲୋବାଲ ସମିଟର କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ସୋମବାର ରାତି 10ଟାରେ ପିଏମ ମୋଦି ତିନି ଦିନିଆ ଗୁଜରାଟ ଗସ୍ତରେ ଅହମଦାବାଦରେ ପହଞ୍ଚିବେ । ଦେଶର ଅମୃତକାଳରେ ଏହା ପ୍ରଥମ ଗ୍ଲୋବାଲ ଇନଭେଷ୍ଟମେଣ୍ଟ ସମିଟର ଆୟୋଜନ ଅଟେ । ମଙ୍ଗଳବାର ଅହମଦାବାଦ ଏୟାରପୋର୍ଟରୁ ଇନ୍ଦିରା ବ୍ରିଜ ଯାଏ ରୋଡ ଶୋ ପାଇଁ ପ୍ରସ୍ତୁତି ମଧ୍ୟ କରାଯାଇଛି । ଭାଇବ୍ରେଣ୍ଟ ଗୁଜରାଟ ଗ୍ଲୋବାଲ ସମିଟ୍ ଜାନୁୟାରୀ 10ରୁ 12 ଯାଏ ଗାନ୍ଧିନଗରର ମହାତ୍ମା ମନ୍ଦିରରେ ଆୟୋଜନ କରାଯାଇଛି ।
ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା କାରଣରୁ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଆଜି ପିଏମ ମୋଦି ରାତି 10ଟାରେ ଅହମଦାବାରେ ପହଞ୍ଚିବେ । ଏହାପରେ 9 ଓ 10 ଜାନୁୟାରୀରେ ଗୁଜରାଟରେ ରହିବେ । 10 ତାରିଖ ରାତିରେ ସେ ଦିଲ୍ଲୀ ଫେରିଯିବେ ।

Show More

Related Articles

Back to top button