Breaking PLUSଦେଶ ବିଦେଶମୁଖ୍ୟ ଖବର

ପାକିସ୍ତାନରେ ପୋଲିସ ଭ୍ୟାନରେ ବିସ୍ଫୋରଣ, 5 ମୃତ

ଇସଲାମାବାଦ, 8 ଜାନୁୟାରୀ – ପାକିସ୍ତାନର ଖୈବର ପଖତୁନଖବା ପ୍ରାନ୍ତର ବାଜୌର ଜିଲ୍ଲାର ମାମୁଣ୍ଡ ତହସିଲରେ ସୋମବାର ଏକ ପୋଲିସ ନିକଟରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ 5ଜଣ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ସେହିପରି 27ଜଣ ଆହତ ହୋଇଛନ୍ତି । ଜିଲ୍ଲା ପୋଲିସ ଅଧିକାରୀ କାଶିଫ ଜୁଲଫିକର ଏନେଇ ସୂଚନା ପ୍ରଦାନ କରିଛନ୍ତି ।
ପୋଲିସ ପକ୍ଷରୁ କୁହାଯାଇଛି ଯେ, ଏହି ଅଞ୍ଚଳରେ ପୋଲିଓ ଟିକାକରଣ ଅଭିଯାନ ଚାଲିଛି । ପୋଲିସ ଅଧିକାରୀ ଓ ଯବାନ ପୋଲିଓ ଟିମକୁ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ଯାଉଥିଲେ । ରାସ୍ତାରେ ପୋଲିସ ଭ୍ୟାନକୁ ଟାର୍ଗେଟ କରାଯାଇଥିଲା ।

Show More

Related Articles

Back to top button