Breaking PLUSଦେଶମୁଖ୍ୟ ଖବର

ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ର ହେଉଛି ବରଦାନ- ମାଣ୍ଡଭ୍ୟ

ନୂଆଦିଲ୍ଲୀ, 8 ଜାନୁୟାରୀ-କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ର ଗରିବଙ୍କ ପାଇଁ ବରଦାନ ସାବ୍ୟସ୍ତ ହେଉଛି । ଏହି କେନ୍ଦ୍ରରେ 50ରୁ 90 ପ୍ରତିଶତ ରିହାତି ମୂଲ୍ୟରେ ଜେନେରିକ ଔଷଧ ଉପଲବ୍ଧ ହେଉଛି ।
ସୋମବାର ବିଜ୍ଞାନଭବନରେ ଆୟୋଜିତ ରାଷ୍ଟ୍ରୀୟ ପ୍ୟାକ୍ ମହାସଂଗୋଷ୍ଠୀକୁ ସମ୍ବୋଧିତ କରି ମାଣ୍ଡଭ୍ୟ କହିଛନ୍ତି ଯେ, ଦେଶରେ 4400ରୁ ଅଧିକ ପ୍ୟାକ୍ସ ପକ୍ଷରୁ ଭାରତ ସରକାର ଔଷଧ ବିଭାଗର ପୋର୍ଟାଲରେ ଜନ ଔଷଧୀ କେନ୍ଦ୍ର ଖୋଲିବାକୁ ଅନଲାଇନ ଆବେଦନ କରାଯାଇଛି । ଯେଉଁଥିରେ 2300ରୁ ଅଧିକ କମିଟିକୁ ଜନ ଔଷଧୀ କେନ୍ଦ୍ର ଖୋଲିବାକୁ ମାନ୍ୟତା ଦିଆଯାଇଛି । ପ୍ରାୟ 5ଶହ ପ୍ୟାକ୍ସ ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ରର ସଂଚାଳନ ଆରମ୍ଭ କରିସାରିଛନ୍ତି ।
ମାଣ୍ଡଭ୍ୟ କହିଛନ୍ତି ଯେ, ପ୍ୟାକ୍ସ ମାଧ୍ୟମରେ ଜନ ଔଷଧୀ କେନ୍ଦ୍ରର ସଂଚାଳନ ଯୋଗୁ ଦେଶର ଗରିବଙ୍କୁ ବହୁତ ଆଶ୍ୱସ୍ତି ମିଳିବ । ଏହି କେନ୍ଦ୍ରରେ 50ରୁ 10 ପ୍ରତିଶତ ପର୍ଯ୍ୟନ୍ତ ଶସ୍ତାରେ ଔଷଧ ମିଳୁଛି । ଦେଶରେ 10,500ରୁ ଅଧିକ ଜନ ଔଷଧୀ କେନ୍ଦ୍ର ଚାଲୁଛି, ଯେଉଁଥିରେ 2200ରୁ ଅଧିକ ଔଷଧ ଉପଲବ୍ଧ । ଏହି କେନ୍ଦ୍ରରୁ ପ୍ରତିଦିନ 12ରୁ 15ଲକ୍ଷ ଲୋକ ଔଷଧ କିଣୁଛନ୍ତି ।

Show More

Related Articles

Back to top button