Breaking PLUSଦେଶ ବିଦେଶମୁଖ୍ୟ ଖବର

ପାକିସ୍ତାନର ପ୍ରଥମ ମହିଳା ହେବେ ରାଷ୍ଟ୍ରପତି ଜର୍ଦ୍ଦାରୀଙ୍କ ଝିଅ ଆସିଫା ଭୁଟ୍ଟୋ

ଇସଲମାବାଦ, 12 ମାର୍ଚ୍ଚ – ପାକିସ୍ତାନର ରାଷ୍ଟ୍ରପତି ଆସିଫ୍ ଜର୍ଦ୍ଦାରୀ ତାଙ୍କର 31 ବର୍ଷୀୟ ଝିଅ ଆସିଫା ଭୁଟ୍ଟୋଙ୍କୁ ଔପଚାରିକ ଭାବେ ଦେଶର ପ୍ରଥମ ମହିଳାର ମାନ୍ୟତା ଦେବାକୁ ନିର୍ଣ୍ଣୟ ନେଇଛନ୍ତି । ଏକ ମିଡିଆ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି ।
ପ୍ରଥମ ମହିଳାର ମାନ୍ୟତା ସାଧାରଣତଃ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ମିଳିଥାଏ । କିନ୍ତୁ 2007ରେ ତାଙ୍କ ପତ୍ନୀ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ ହତ୍ୟା ହୋଇଥିଲା । ଜର୍ଦ୍ଦାରୀ ଭୁଟ୍ଟୋଙ୍କ ମୃତ୍ୟୁ ପରେ ଦ୍ୱିତୀୟ ଥର ବିବାହ କରିନାହାନ୍ତି । ଯେତେବେଳେ ସେ ପ୍ରଥମ ଥର ରାଷ୍ଟ୍ରପତି ହୋଇଥିଲେ, ତାଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ବି ଦେଶର ପ୍ରଥମ ମହିଳାଙ୍କ ପଦ ଖାଲିଥିଲା ।

Show More

Related Articles

Back to top button