Breaking PLUSଦେଶ ବିଦେଶମୁଖ୍ୟ ଖବର

ମରିସସରେ ନିଜ ସମକକ୍ଷଙ୍କୁ ‘ରୂପେ କାର୍ଡ’ ଭେଟି ଦେଲେ ରାଷ୍ଟ୍ରପତି ମୁର୍ମୁ

ପୋର୍ଟ ଲୁଇସ, 12 ମାର୍ଚ୍ଚ – ମରିସସ ଯାତ୍ରାରେ ପହଂଚିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦିନ ମରିସସରେ ନିଜର ସମକକ୍ଷ ପୃଥ୍ୱୀରାଜ ସିଂହ ରୂପନଙ୍କୁ ସାକ୍ଷାତ କରି ଉପହାର ଭାବେ ତାଙ୍କୁ ରୂପେ କାର୍ଡ ଭେଟି ଦେଇଛନ୍ତି । ଏହା ସହିତ ଭାରତ ତଥା ମରିସସ ମଧ୍ୟରେ ଦୀର୍ଘକାଳୀନ ଓ ବହୁମୁଖୀ ଦ୍ୱିପାକ୍ଷିକ ସଂପର୍କକୁ ଆଗକୁ ବଢାଇବା ତରିକା ଉପରେ ବ୍ୟାପକ ଆଲୋଚନା କରିଛନ୍ତି । ‘ରୂପେ କାର୍ଡ’ ନିକଟରେ ମରିସସରେ ଆରମ୍ଭ ହୋଇଛି ।
ମୁର୍ମୁ ଏବେ ତିନିଦିବସୀୟ ରାଜକୀୟ ଯାତ୍ରାରେ ମରିସସରେ ପହଂଚିଛନ୍ତି । ଏହି ଅବସରରେ ସେ ମଙ୍ଗଳବାର ଦେଶର ଜାତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।

Show More

Related Articles

Back to top button