Breaking PLUSଦେଶ ବିଦେଶମୁଖ୍ୟ ଖବର

ମରିସସରେ ସାର୍ ଶିବସାଗର ରାମଗୁଲାମ ଓ ସାର୍ ଅନିରୁଦ୍ଧ ଜଗନ୍ନାଥଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ରାଷ୍ଟ୍ରପତି ମୁର୍ମୁ

ପୋର୍ଟ ଲୁଇସ, 12 ମାର୍ଚ୍ଚ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମରିସସରେ ନିଜର ପ୍ରଥମ ରାଜକୀୟ ଯାତ୍ରାରେ ପହଂଚିବା ପରେ ମରିସସର ମହାନ ସୁପୁତ୍ର ସାର ଶିବସାଗର ରାମଗୁଲାମ ଓ ସାର୍ ଅନିରୁଦ୍ଧ ଜଗନ୍ନାଥଙ୍କୁ ପେମ୍ପଲେମୋସେସର ବଟାନିକାଲ ଗାର୍ଡେନରେ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ ହ୍ୟାଣ୍ଡେଲରେ ଏହି ଫଟୋ ସେୟାର କରାଯାଇଛି ।
ଏହାପୂର୍ବରୁ ସେ ମରିସସରେ ନିଜର ସମକକ୍ଷ ପୃଥ୍ୱୀରାଜ ସିଂହ ରୂପନଙ୍କୁ ସାକ୍ଷାତ କରିଛନ୍ତି । ଭାରତ ଓ ମରିସସ ମଧ୍ୟରେ ଦୀର୍ଘକାଳିକ ଓ ବହୁମୁଖୀ ଦ୍ୱିପାକ୍ଷିକ ସଂପର୍କକୁ ଆଗକୁ ବଢାଇବା ଦିଗ ଉପରେ ବ୍ୟାପକ ଆଲୋଚନା ହୋଇଛି ।

Show More

Related Articles

Back to top button