Breaking PLUSଓଡ଼ିଶାମୁଖ୍ୟ ଖବର

10 ଘଂଟିଆ ନୂଆପଡା ବନ୍ଦ

ଭୁବନେଶ୍ୱର/ନୂଆପଡା, 12 ମାର୍ଚ୍ଚ – ଦଶ ଘଣ୍ଟିଆ ନୂଆପଡ଼ା ବନ୍ଦ ଡାକରା ଦିଆଯାଇଛି । ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ବିରୋଧରେ ବନ୍ଦ ଡାକରା ଦେଇଛି ନୂଆପଡ଼ା ସ୍ୱାଭିମାନ ମଞ୍ଚ । ଦୁର୍ନୀତି ଏବଂ ପିସି କାରବାରରେ ଲିପ୍ତ ଥିବା ଅଭିଯୋଗ କରି ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆକୁ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସ୍ୱାଭିମାନ ମଞ୍ଚ । ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଚକ ଅଖ ସହ ଦୋକାନ ବଜାର ବନ୍ଦ ରହିଛି । ନୂଆପଡ଼ା ଜିଲ୍ଲାରେ ମନ୍ତ୍ରୀ ମନମାନି କରୁଛନ୍ତି । ବାପା ପୁଅ ମିଶି ଜିଲ୍ଲାରେ ଲୁଟ କରୁଥିବା ଅଭିଯୋଗ କରିଛି ସ୍ୱାଭିମାନ ମଞ୍ଚ । ନୂଆପଡା ବିଧାୟକ ତଥା ମନ୍ତ୍ରୀ ଶ୍ରୀଯୁକ୍ତ ରାଜେନ୍ଦ୍ର ଢୋଲକିଆଙ୍କ କଳା କାରନାମା ଉପରେ ଇଡି, ଭିଜିଲାନ୍ସ, ସିବିଆଇ ତଦନ୍ତ ଦାବି କରି ଆଇନଗତ କାର୍ଯ୍ୟାନୁଷ୍ଠାନ କରିଛନ୍ତି । 24 ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ହଜାର ହଜାର ସଂଖ୍ୟାରେ ଲୋକେ ଜିଲାପାଳ ଅଫିସ ଘେରାଉ ଏବଂ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଚେତାବନୀ ଦେଇଛି ସ୍ୱାଭିମାନ ମଞ୍ଚ ।

Show More

Related Articles

Back to top button