Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଦିଲ୍ଲୀ ମେଟ୍ରୋରେ ଯାତ୍ରା କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, 7 ଫେବୃଆରୀ -ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଦିନ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଛନ୍ତି । ଯାତ୍ରା ସମୟରେ ରାଷ୍ଟ୍ରପତି ସ୍କୁଲ ପିଲାଙ୍କ ସହ କଥା ହୋଇଛନ୍ତି ।
ସୋସିଆଲ ମିଡିଆରେ 27 ସେକେଣ୍ଡର ଏକ ଭିଡିଓରେ ମୁର୍ମୁ ଖାଲି ମେଟ୍ରୋ ବଗିରେ ଅଧିକାରୀଙ୍କ ସହ ଆଲୋଚନା କରୁଥିବା ଦେଖାଯାଇଥିଲା । ଏହି ସମୟରେ ତାଙ୍କ ସହ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନର ଏମଡି ଡକ୍ଟର ବିକାଶ କୁମାର ଥିଲେ ।
58 ସେକେଣ୍ଡର ଅନ୍ୟ ଏକ ଭିଡିଓରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀ ମେଟ୍ରୋରେ ନିଜ ଯାତ୍ରା ସମୟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ କଥା ହେଉଥିବାର ଦେଖିବାକୁ ମିଳିଛି ।

Show More

Related Articles

Back to top button