Breaking PLUSଦେଶମୁଖ୍ୟ ଖବର

ବାଣ ଫ୍ୟାକ୍ଟ୍ରି ବିସ୍ଫୋରଣ- ଦ୍ୱିତୀୟ ଦିନରେ ଧ୍ୱଂସାବଶେଷ ଭିତରୁ ଉଠୁଛି ଧୂଆଁ

କୁଲିଂ ଓ ଉଦ୍ଧାର କାର୍ଯ୍ୟ ଜାରି

ହରଦା/ଭୋପାଳ, 7 ଫେବୃଆରୀ – ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣର ଦ୍ୱିତୀୟ ଦିନ ବୁଧବାର ଦିନ ଧ୍ୱଂସାବଶେଷ ଭିତରୁ କିଛି କିଛି ସ୍ଥାନରେ ଧୂଆଁ ଉଠୁଛି । ଏଠାରେ ପ୍ରବଳ ଉତ୍ତାପ ରହିଛି । ଫଳରେ ଉଦ୍ଧାରକର୍ମୀଙ୍କୁ ଧ୍ୱଂସାବଶେଷ ହଟାଇବାରେ ସମସ୍ୟା ଦେଖାଦେଇଛି । ଘଟଣାସ୍ଥଳରେ ବାରଣାସୀ ସ୍ଥିତ ହେଡକ୍ଟାର୍ଟରରୁ ଏନଡିଆରଏଫର 35 ସଦସ୍ୟ ବିଶିଷ୍ଟ ଟିମ୍ ବୁଧବାର ସକାଳେ ପହଞ୍ଚିଛନ୍ତି ।
ଫ୍ୟାକ୍ଟ୍ରିର ବେସମେଣ୍ଟରେ ବାରୁଦ ଓ କର୍ମଚାରୀ ଉପସ୍ଥିତ ଥିଲେ, ସେଠାରେ ଧ୍ୱଂସାବଶେଷ ହଟାଯାଉଛି । ଏନଡିଆରଏଫ ଓ ଏସଡିଆରଏଫର ଉଦ୍ଧାରକାରୀ ଦଳ ନିଆଁ ଲିଭା କାମ ଓ କୁଲିଂ କାମ କରୁଛନ୍ତି ।
ମଧ୍ୟପ୍ରଦେଶର ହରଦା ଜିଲ୍ଲା ମୁଖ୍ୟାଳୟରୁ ତିନି କିଲୋମିଟର ଦୂର ବୈରାଗଢ ଗାଁ ସ୍ଥିତ ବାଣ ଫ୍ୟାକ୍ଟ୍ରିରେ ମଙ୍ଗଳବାର ସକାଳେ ବିସ୍ଫୋରଣ ପରେ ଭୀଷଣ ନିଆଁ ଲାଗିଥିଲା । ଏହି ଦୁର୍ଘଟଣାରେ 11ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 172ଜଣ ଆହତ ହୋଇଛନ୍ତି ।

Show More

Related Articles

Back to top button