Breaking PLUSଦେଶମୁଖ୍ୟ ଖବର

ଅବକାରୀ ଘୋଟାଲା- ଅରବିନ୍ଦ କେଜରିୱାଲଙ୍କୁ ଫେବୃୟାରୀ 17ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, 7 ଫେବୃଆରୀ – ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଲଗାତର ଭାବେ ଇଡି ସମନକୁ ଅଣଦେଖା କରୁଥିବା ଅଭିଯୋଗରେ ଫେବୃୟାରୀ 17ରେ କୋର୍ଟରେ ହାଜର ହେବାକୁ ଦିଲ୍ଲୀ ରାଉଜ ଏଭିନ୍ୟୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଡସନାଲ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଦିବ୍ୟା ମଲହୋତ୍ରା ଏହି ନିର୍ଦ୍ଦେଶ ଦେଇଛନ୍ତି ।
କୋର୍ଟ କହିଛନ୍ତି ଯେ, ସେ ଇଡିର ଅଭିଯୋଗକୁ ଗ୍ରହଣ କରୁଛନ୍ତି । କୋର୍ଟ ଆଜି ସକାଳେ ରାୟ ସଂରକ୍ଷିତ ରଖିଥିଲେ । ଶୁଣାଣି ସମୟରେ ଇଡି ପକ୍ଷରୁ ଏଏସଜି ଏସ.ଭି ରାଜୁ ଇଡିରେ ହାଜର ହୋଇ କୋର୍ଟଙ୍କୁ କହିଥିଲେ ଯେ, କେଜ୍ରିୱାଲ ଲଗାତର ଭାବେ ସମନକୁ ଅଣଦେଖା କରୁଛନ୍ତି। ମନି ଲଣ୍ଡରିଂ ଆକ୍ଟର ଧାରା 50 ଅନୁଯାୟୀ ଇଡି କେଜ୍ରିୱାଲଙ୍କୁ ପାଞ୍ଚ ଥର ସମନ ପଠାଇଛି ଇଡି, କିନ୍ତୁ ସମସ୍ତ ପାଞ୍ଚ ଥର ସେ ସମନକୁ ଅଣଦେଖା କରି ଇଡି ଆଗରେ ହାଜର ହୋଇନାହାଁନ୍ତି।

Show More

Related Articles

Back to top button