Breaking PLUSଦେଶମୁଖ୍ୟ ଖବର

ଅମୃତ ଉଦ୍ୟାନ ପାଇଁ ସଟଲ ବସ୍ ସେବାର ଶୁଭାରମ୍ଭ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, 7 ଫେବୃଆରୀ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅମୃତ ଉଦ୍ୟାନ ଆସୁଥିବା ଲୋକଙ୍କ ସୁବିଧା ପାଇଁ ବୁଧବାର କେନ୍ଦ୍ର ସଚିବାଳୟ ମେଟ୍ରୋ ଷ୍ଟେସନରୁ ସଟଲ ବସ୍ ସେବାର ଶୁଭାରମ୍ଭ କରିଛନ୍ତି ।
ଏହି ସଟଲ୍ ସେବା କେନ୍ଦ୍ର ସଚିବାଳୟ ମେଟ୍ରୋ ଷ୍ଟେସନର ଗେଟ୍ ସଂଖ୍ୟା 4ରୁ ଅମୃତ ଉଦ୍ୟାନର ଗେଟ୍ ସଂଖ୍ୟା 35 ମଧ୍ୟରେ ଚାଲିବ । ଏହା ସକାଳ 9.30ରୁ ସନ୍ଧ୍ୟା 5ଟା ଯାଏ ପ୍ରତି 30 ମିନିଟ୍ ଅନ୍ତରାଳରେ ଉପଲବ୍ଧ ହେବ ।
ଏଠାରେ ଉଲ୍ଲେଖନୀୟ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ ଫେବୃୟାରୀ 2ରୁ ସାଧାରଣ ନାଗରିକଙ୍କ ପାଇଁ ଖୋଲିଛି । ସାଧାରଣ ଲୋକେ ମାର୍ଚ୍ଚ 31ଯାଏ ସପ୍ତାହରେ 6ଦିନ ସକାଳ 10ଟାରୁ ସନ୍ଧ୍ୟା 4ଟା ଯାଏ ଏଠାରେ ବୁଲିପାରିବେ । ପ୍ରତି ସୋମବାର ଦେଖାରଖା ପାଇଁ ଏହି ଉଦ୍ୟାନ ବନ୍ଦ ରହିବେ ।

Show More

Related Articles

Back to top button