Breaking PLUSଦେଶମୁଖ୍ୟ ଖବର

ମରିସସକୁ ନିଜର ପ୍ରଥମ ରାଜକୀୟ ଯାତ୍ରାରେ ଗଲେ ରାଷ୍ଟ୍ରପତି ମୁର୍ମୁ

ନୂଆଦିଲ୍ଲୀ-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ପ୍ରଥମ ତିନି ଦିବସୀୟ ରାଜକୀୟ ଯାତ୍ରାରେ ମରିସସ ଗସ୍ତ କରିଛନ୍ତି । ମାର୍ଚ୍ଚ 12ରେ ମରିସସର ଜାତୀୟ ଦିବସ ସମାରୋହରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏହି ସମାରୋହରେ ଭାରତୀୟ ନୌସେନାର ଏକ ଦଳ ବି ଯୋଗଦେବ । ଏହି ସମାରୋହରେ ଭାରତୀୟ ନୌସେନାର ଏକ ଦଳ ବି ଯୋଗ ଦେବ । ଏଥିରେ ଭାରତୀୟ ନୌସେନା ପ୍ରଥମ ପ୍ରଶିକ୍ଷଣ ସ୍କ୍ୱାଡ୍ରନ ପୋତ-ଆଇଏନଏସ ତୀର ଓ ସିଜିଏଏସ ସାରଥୀ ସାମିଲ ହେବ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଅବସରରେ ମରିସସର ରାଷ୍ଟ୍ରପତି ପୃଥ୍ୱୀରାଜ ସିଂହ ରୋପୁନ ଓ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜୁଗନାଥଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିବେ । ସେ ମରିସସ ନ୍ୟାସନାଲ ଆସେମ୍ବ୍ଲିର ଅଧ୍ୟକ୍ଷ, ମରିସସ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଓ ଅନ୍ୟ ନେତାଙ୍କୁ ସାକ୍ଷାତ କରିବେ ।

Show More

Related Articles

Back to top button