Breaking PLUSଦେଶମୁଖ୍ୟ ଖବର

ହରିୟାଣାର ରେୱାଡିରେ ସଡକ ଦୁର୍ଘଟଣା, ଉତ୍ତର ପ୍ରଦେଶ ଓ ହିମାଚଳ ପ୍ରଦେଶର 6ଜଣଙ୍କ ମୃତ୍ୟୁ

ରେୱାଡି-ହରିୟାଣାର ରେୱାଡିର ଦିଲ୍ଲୀ ରୋଡର ମସାନୀ ଗରଁ ନିକଟରେ ରବିବାର ରାତିରେ ଭୟାବହ ସଡକ ଦୁର୍ଘଟଣାରେ 6ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ 7ଜଣ ଗୁରୁତର ଆହତ ହୋଇଛନ୍ତି । ଏକ ପଂକଚାର କାର ଟାୟାର ବଦଳାଉଥିବା ବେଳେ ପଛପଟୁ ଆସୁଥିବା ଅନ୍ୟ ଏକ କାର ଧକ୍କା ଦେବା କାରଣରୁ ଦୁର୍ଘଟଣା ଘଟିଥିଲା ।
ପୋଲିସ ଅନୁସାରେ ଦୁର୍ଘଟଣାରେ 4 ମହିଳାଙ୍କ ସହିତ 6ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଆହତଙ୍କୁ ରେୱାଡି ଓ ଗୁରୁଗ୍ରାମର ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ 4ଜଣ ଉତ୍ତରପ୍ରଦେଶର ଗାଜିଆବାଦର ହୋଇଥିବା ବେଳେ 2ଜଣ ହିମାଚଳ ପ୍ରଦେଶର ଅଛନ୍ତି ।

Show More

Related Articles

Back to top button