Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଚାରି ଜଣଙ୍କୁ ଭାରତ ରତ୍ନ ପ୍ରଦାନ କଲେ ରାଷ୍ଟ୍ରପତି ମୁର୍ମୁ

ନରସିଂହା ରାଓ ଓ ଚୌଧୁରୀ ଚରଣ ସିଂହଙ୍କ ସମେତ 4ଜଣଙ୍କୁ ଭାରତ ରତ୍ନ ପ୍ରଦାନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଦିନ ଦୁଇଜଣ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହା ରାଓ ଓ ଚୌଧୁରୀ ଚରଣ ସିଂହ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁର ଓ କୃଷି ବୈଜ୍ଞାନିକ ଡକ୍ଟର ଏମ.ଏସ ସ୍ୱାମୀନାଥନଙ୍କୁ ମରଣୋତ୍ତର ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରିଛନ୍ତି ।
ରାଷ୍ଟ୍ରପତି ଭବନର ଦରବାର ହଲରେ ଆୟୋଜିତ ସମାରୋହରେ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହା ରାଓଙ୍କ ପକ୍ଷରୁ ତାଙ୍କ ପୁଅ ପିଭି ପ୍ରଭାରକ ରାଓ ଭାରତ ରତ୍ନ ଗ୍ରହଣ କରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ପକ୍ଷରୁ ତାଙ୍କ ନାତି ଜୟନ୍ତ ଚୌଧୁରୀ ଭାରତ ରତ୍ନ ଗ୍ରହଣ କରିଥିଲେ । କୃଷି ବୈଜ୍ଞାନିକ ଡକ୍ଟର ଏମ.ଏସ ସ୍ୱାମୀନାଥନଙ୍କ ପକ୍ଷରୁ ତାଙ୍କ ଝିଅ ଡକ୍ଟର ନିତ୍ୟା ରାଓ ଭାରତ ରତ୍ନ ଗ୍ରହଣ କରିଥିବା ବେଳେ ବିହାରର ଦୁଇଥରର ମୁଖ୍ୟମନ୍ତ୍ରୀ ହୋଇଥିବା କର୍ପୁରୀ ଠାକୁରଙ୍କ ପକ୍ଷରୁ ତାଙ୍କ ପୁଅ ରାମନାଥ ଠାକୁର ଭାରତ ରତ୍ନ ଗ୍ରହଣ କରିଥିଲେ । ଏହି ଅବସରରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Show More

Related Articles

Back to top button