Breaking PLUSଦେଶମୁଖ୍ୟ ଖବର

ମାଆଙ୍କ କବର ପାଖରେ ମାଫିଆ ମୁଖତାର ଅନସାରୀକୁ କରାଗଲା ସୁପୁର୍ଦ-ଏ-ଖାକ

ଗାଜିପୁର-ମୁଖତାର ଅନସାରୀ ଶବକୁ ତାଙ୍କ ପୈତୃକ କବରସ୍ଥାନ କାଲିବାଗରେ ହିଁ ମାଆଙ୍କର କବର ନିକଟରେ ସୁପୁର୍ଦ-ଏ-ଖାକ କରାଯାଇଛି । ଏହି ସମୟରେ ପ୍ରଶାସନ ଓ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।
କବରସ୍ଥାନର ଗେଟ୍ ସମ୍ମୁଖରେ ଜିଲ୍ଲାପାଳ ଓ ଏସପି ଉପସ୍ଥିତ ରହି ଲୋକଙ୍କୁ ଭିତରକୁ ଯିବାରେ ରୋକୁଥିଲେ । ମୁଖତାର ପରିବାରର ଲୋକେ ବି ପ୍ରଶାସନକୁ ସହଯୋଗ କରୁଥିଲେ । ମୁଖତାରର ଅନ୍ତିମ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ଲୋକେ କବରସ୍ଥରନ ବାହାରେ ଉପସ୍ଥିତ ଥିବାରୁ ସେମାନଙ୍କୁ ହଟାଇବାକୁ ପ୍ରଶାସନ ପକ୍ଷରୁ କଠୋର ପରିଶ୍ରମ କରିବାକୁ ପଡିଥିଲା । ବାପାର କବର ନିକଟରେ ପୁଅ ଉମାର ଦୀର୍ଘ ସମୟ ଧରି ବସିରହିଥିଲା । ପ୍ରାୟ ପାଂଚ ଫୁଟ ଗଭୀର କବରରେ ମୁଖତାରକୁ କବର ଦିଆଯାଇଥିଲା ।

Show More

Related Articles

Back to top button