Breaking PLUSଦେଶମୁଖ୍ୟ ଖବର

କାଲି ସିକରରେ ଶାହ, ଏପ୍ରିଲ 2ରେ ଜୟପୁରରେ ପିଏମ ମୋଦି ନିର୍ବାଚନୀ ପ୍ରଚାରର କରିବେ ଶୁଭାରମ୍ଭ

ଜୟପୁର-ରାଜସ୍ଥାନରେ ଲୋକସଭା ନିର୍ବାଚନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ 2ରେ ଆସୁଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମାର୍ଚ୍ଚ 31 ଓ ଏପ୍ରିଲ 1ରେ ରାଜସ୍ଥାନ ଗସ୍ତ କରିବେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଏପ୍ରିଲ 6ରେ ଜୟପୁର ଗସ୍ତ କରିବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ 2ରେ ରାଜସ୍ଥାନରେ ପ୍ରଥମ ସଭା ଜୟପୁର ଗ୍ରାମାଂଚଳ ଲୋକସଭା କ୍ଷେତ୍ରରେ କରିବେ । ସଭା କୋଟପୁତଲିରେ କରିବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ରବିବାର ଓ ସୋମବାର ରାଜସ୍ଥାନ ଗସ୍ତ କରିବେ ଅମିତ ଶାହ । ଏହି ଗସ୍ତକାଳରେ ସେ ପାର୍ଟିର ପଦାଧିକାରୀ ଓ କାର୍ଯ୍ୟକର୍ତ୍ତାଙ୍କ ବୈଠକ ନେବେ । ଏଥିରେ ନିର୍ବାଚନର ପ୍ରସ୍ତୁତିକୁ ନେଇ ଚର୍ଚ୍ଚା ହେବ । ଜୟପୁରରେ 5 ଲୋକସଭା କ୍ଷେତ୍ର ପାଇଁ କୋର କମିଟି ବୈଠକ ହେବ । ଏହି କୋର କମିଟିରେ ନାଗୌର, ଦୋସା, ଚୁରୁ, ଝୁଂଝୁନୁ ଓ କରୋଲି ଲୋକସଭା କ୍ଷେତ୍ର ସାମିଲ ରହିଛି । ଏହାପରେ ଶାହ ସିକରରେ ରୋଡ ସୋ କରିବେ ।

Show More

Related Articles

Back to top button