Breaking PLUSବଲିଉଡସେଲିବ୍ରିଟି

ଯମଜ ସନ୍ତାନର ମା’ ହେଲେ ପ୍ରୀତି ଜିଂଟା

୪୬ ବର୍ଷ ବୟସରେ ମା' ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ପ୍ରୀତି

ବିବାହର ୫ବର୍ଷ ପରେ ମା’ ହେଲେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ପ୍ରୀତି ଜିଂଟା । ୪୬ ବର୍ଷ ବୟସରେ ସେ ଯମଜ ସନ୍ତାନର ଜନନୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ୨୦୧୬ରେ ସେ ଆମେରିକାର ଜିନ ଗୁଡଇନଫଙ୍କୁ ବିବାହ କରିଥିଲେ । ସରୋଗେସୀ ମାଧ୍ୟମରେ ପ୍ରୀତିଙ୍କ ଏହି ସନ୍ତାନ ହୋଇଛନ୍ତି । ଏହି ଖୁସି ଖବରକୁ ସେ ସୋସିଆଲ ସାଇଟରେ ପ୍ରଶଂସକଙ୍କ ସହ ଶେୟାର କରିବା ସହ ସରୋଗେଟ ମା’ ଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।

ପ୍ରୀତିଙ୍କ ୨ସନ୍ତାନଙ୍କ ମଧ୍ୟରୁ ପୁତ୍ର ସନ୍ତାନର ନାମ ଜୟ ଜିଂଟା ଗୁଡଇନଫ ରଖିଥିବା ବେଳେ କନ୍ୟା ସନ୍ତାନର ନାମ ଜିୟା ଜିଂଟା ଗୁଡଇନଫ ରଖିଛନ୍ତି ।

ମୋର ଏହି ସ୍ମରଣୀୟ ଏବଂ ଅବିଶ୍ୱସନୀୟ ଯାତ୍ରାରେ ସହଯୋଗ କରିଥିବା ଡାକ୍ତର, ନର୍ସ ଏବଂ ସରୋଗେଟଙ୍କୁ ଆନ୍ତରିକତାର ସହ ଧନ୍ୟବାଦ ଜଣାଉଛି ବୋଲି ପ୍ରୀତି କହିଛନ୍ତି । ଆମେ ଜିନ, ପ୍ରୀତି, ଜୟ ଏବଂ ଜିୟା ଗୋଟିଏ ସୁନ୍ଦର ପରିବାର ପାଲଟି ଯାଉଛି । ଏଥିନେଇ ମୁଁ ବେଶ ଉତ୍ସାହିତ ଅଛି ବୋଲି ସେ କହିଛନ୍ତି ।

Show More

Related Articles

Back to top button