ବଲିଉଡମନୋରଞ୍ଜନ

ତୈମୁରକୁ ନେଇ ଚିନ୍ତାରେ ସୈଫ ଅଲ୍ଲୀ

ବଲିଉଡ ଅଭିନେତା ସୈଫ ଅଲ୍ଲି ଖାନ ତାଙ୍କ ପୁଅକୁ ନେଇ ଏବେଠୁ ଚର୍ଚ୍ଚାରେ। ଏକ ୟୁଟ୍ୟୁବ୍ ଚାନେଲରେ ରାନୀ ମୁଖାର୍ଜୀଙ୍କ ସହ ଆଲୋଚନା ବେଳେ ତାଙ୍କ ପୁଅ ତୈମୁରକୁ ନେଇ ସୈଫ ଚିନ୍ତାବ୍ୟକ୍ତ କରିଛନ୍ତି।

ତୈମୁର ଏବେ ଛୋଟ ପିଲା ହେଲେ ସେ ଚାହୁଁଛି ବଡ଼ ହୋଇ ସବୁଠୁ ଖରାପ ଲୋକ ହେବାକୁ, କହୁଛି ବ୍ୟାଙ୍କ ଲୁଟିବ ଲୋକଙ୍କ ପଇସା ଚୋରାଇବ ବୋଲି ସୈଫ କହିଛନ୍ତି। ମୁଁ ଜାଣିପାରୁନି ଆମେ କଣ କରୁଛୁ, ବାସ୍ ତାଠୁ ଆମେ କେବଳ ସେ ଭଲପିଲାଟିଏ ହେଉ ବୋଲି ଆଶା ରଖୁଛୁ ବୋଲି କହିଛନ୍ତି ସୈଫ। ସୈଫ ଅଲ୍ଲି ଖାନ ଓ କରିନା କପୁରଙ୍କ ବଡ଼ ପୁଅ ହେଉଛି ତୈମୁର। ଆଜିକାଲି ସୋସିଆଲ ମିଡିଆରେ ତା ଫଟୋ ଖୁବ୍ ଭାଇରାଲ ହେଉଛି। ତାର ଗୁଲଗୁଲିଆ ଚେହେରା ହିଁ ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ୟଶରାଜ ଫିଲ୍ମସ୍‌ର ଏକ ୟୁଟ୍ୟୁବ୍ ଚାନେଲ ଅଛି। ଏଥିରେ ଏକ କାର୍ଯ୍ୟକ୍ରମରେ ସୈଫ ଅଲ୍ଲୀ ଓ ରାଣୀ ମୁଖାର୍ଜୀ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ପିଲାଙ୍କ କଥା ପଡିଥିଲା। ଏଥିରେ କହୁ କହୁ ସୈଫ ତାଙ୍କ ପୁଅକୁ ନେଇ ଥିବା ତାଙ୍କର ଚିନ୍ତା ବଖାଣି ଦେଇଛନ୍ତି।

କାର୍ଯ୍ୟକ୍ରମରେ ‘ବଣ୍ଟି ଔର ବବଲି-୨’କୁ ନେଇ ଚର୍ଚ୍ଚା ହେଉଥିଲା। ପ୍ରସଙ୍ଗରେ ରାଣୀ ମୁଖାର୍ଜୀ ତାଙ୍କ ଝିଅ ଆଦିରା ସମ୍ପର୍କରେ ଏକ କାହାଣୀ ଶୁଣାଇଥିଲେ। ଏହି କଥା ଆଗକୁ ବଢିବାରେ ତୈମୁରଙ୍କୁ ନେଇ ସୈଫଙ୍କ ଚିନ୍ତା ସାମ୍ନାକୁ ଚାଲିଆସିଥିଲା। ତାମୁର ଏବେ ଛୋଟ ପିଲା। ନକଲି ଖେଳନାରେ ଖେଳୁଛି। ଏଥିରେ ତାର ଏକ ନକଲୀ ଖଣ୍ଡା ମଧ୍ୟ ଅଛି। ସେ ଖଣ୍ଡା ଧରିଲେ ଲୋକଙ୍କୁ ଗୋଡାଉଛି ବୋଲି ସୈଫ କହିଛନ୍ତି। ଏ ବାବଦେ ତାକୁ ମନା କଲେ ସେ ଦୁନିଆର ସବୁଠୁ ଖରାପ ଲୋକ ହେବ ବୋଲି କହୁଛି ଓ ବ୍ୟାଙ୍କଲୁଟିବା ଲୋକଙ୍କ ପଇସା ଚୋରାଇବ ବୋଲି କହୁଛି। ଆଗାମୀ ଫିଲ୍ମ ବଣ୍ଟି ଔର ବବଲି-୨ରେ ସୈଫ ଅଲ୍ଲୀ ଖାନ ରାଣୀମୁଖାର୍ଜୀଙ୍କ ସହ ଏକତ୍ର ଦେଖାଯିବେ। ବରୁଣ ବି. ଶର୍ମା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ନଭେମ୍ବର ୧୯ ତାରିଖରେ ଫିଲ୍ମ ସିକ୍ୱେଲ ରିଲିଜ ହେବ। ଏହା ପୂର୍ବରୁ ୨୦୦୫ରେ ମୁକ୍ତିଲାଭ କରିଥିବା ବଣ୍ଟି ଔର ବବଲି ବେଶ ସଫଳ ହୋଇଥିଲା। ଏଥିରେ ରାଣୀ ମୁଖାର୍ଜୀ ଅଭିଷେକ ବଚ୍ଚଙ୍କ ବିପକ୍ଷରେ ଅଭିନୟ କରିଥିଲେ। ସୈଫ ଅଲ୍ଲି ଓ ରାଣୀ ମୁଖାର୍ଜୀ ପାଖାପାଖି ୧୨ ବର୍ଷ ପରେ ପୁଣି ପର୍ଦ୍ଦାକୁ ଆସୁଛନ୍ତି।

Show More

Related Articles

Back to top button