ଓଡ଼ିଶାମୁଖ୍ୟ ଖବର

ବଙ୍ଗୋପସାଗରରେ ଦୁର୍ବଳ ହେଲା ଲଘୁଚାପ

ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା !

ଦକ୍ଷିଣ ପୂର୍ବ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଦୁର୍ବଳ ହେବାକୁ ଯାଉଛି । ଏହା ଘନୀଭୂତ ହୋଇ ଅବପାତ ହେବ ବୋଲି କିଛି ମଡେଲରେ ପୂର୍ବାନୁମାନ କରାଯାଉଥିଲା । କିନ୍ତୁ ଏହା ଅବପାତରେ ପରିଣତ ହେବନି ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ସ୍ପଷ୍ଟ କରିଛି ।

ତେବେ ଏହି ଲଘୁଚାପ ଏବେ ପଶ୍ଚିମ ଆଡ଼କୁ ଗତି କରୁଛି । ଗୁରୁବାର ସୁଦ୍ଧା ଏହା ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ପାଖରେ ପହଞ୍ଚିବ । ଶୁକ୍ରବାର ସୁଦ୍ଧା ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି । ରାଜ୍ୟରେ ଏହାର ଆଉ ବିଶେଷ ପ୍ରଭାବ ରହିବନି । ତେବେ ଆସନ୍ତା ୩ଦିନ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ହେବ ।

Show More

Related Articles

Back to top button