ଓଡ଼ିଶା

ଆଜି ରାତି ୮.୪୫ରେ ଇଫିରେ ପ୍ରଦର୍ଶିତ ହେବ ‘ପ୍ରତୀକ୍ଷା’

ଆଜି ରାତି ୮. ୪୫ରେ ଇଫିରେ ପ୍ରଦର୍ଶିତ ହେବ ‘ପ୍ରତୀକ୍ଷା’ । ବିଶିଷ୍ଟ ସିନେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଆଜି ଗୋଆର ରାଜଧାନୀ ପଞ୍ଜିମର ଆଇନକ୍ସ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବ । ଏହା ଏକ ଗର୍ବ ଓ ଗୌରବର ବିଷୟ ଅଟେ । ଏଥିପାଇଁ ଗୋଆରେ ପହଞ୍ଚି ସାରିଛନ୍ତି ‘ପ୍ରତୀକ୍ଷା’ ଟିମ ।

ଏକ ନିର୍ଦ୍ଦିଷ୍ଟ ସମୟରେ ପ୍ରତୀକ୍ଷା ଟିମ ସେଠାରେ ଆୟୋଜିତ ପ୍ରେସ ମିଟରେ ‘ପ୍ରତୀକ୍ଷା’ର ଯାତ୍ରା ବିଷୟରେ ବିବରଣୀ ପ୍ରଦାନ କରିବେ । ନଭେମ୍ବର ୨୦ ରୁ ୨୮ ମଧ୍ୟରେ ଆୟୋଜିତ ହେଉଥିବା ୫୩ ତମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଭାରତୀୟ ପାନୋରାମା ବିଭାଗରେ ୨୫ ଟି ଭାରତୀୟ ଭାଷାର ୩୫୪ଟି ଚଳଚ୍ଚିତ୍ର ମଧ୍ୟରୁ ‘ପ୍ରତୀକ୍ଷା’ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଛି।

ପ୍ରଯୋଜନା ସଂସ୍ଥା ଅମୀୟ ପଟ୍ଟନାୟକ ପ୍ରଡକ୍ଟସନ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ରଟିରେ ରୋ଼ଶନ୍ ବିଶୋଇ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ଲେଖିଥିବା ବେଳେ ଅଙ୍କେଶ ଆନନ୍ଦ ଓ ଆଶିଷ ପ୍ରଧାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ଦାୟିତ୍ଵ ନିର୍ବାହ କରିଛନ୍ତି।

ଏହି ଚଳଚ୍ଚିତ୍ରରେ ଦ୍ଵୀପନ୍ୱିତ ଦାସ, ବର୍ଷା ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର, ଚୌଧୁରୀ ଜୟ ପ୍ରକାଶ ଦାସ, ରୋ଼ଶନ୍ ବିଶୋଇ, ଦୀପକ ଉପାଧ୍ୟାୟ, ଶୀଲା ତ୍ରିପାଠୀ, ଅବକାଶ ମିଶ୍ର, ରୂପମ୍ବିକା ନାୟକ ପ୍ରମୁଖ ଅଭିନୟ କରିଛନ୍ତି।

 

Show More

Related Articles

Back to top button