Breaking PLUSଓଡ଼ିଶାମୁଖ୍ୟ ଖବର

ପିପିଲି ଟୋଲ ପ୍ଲାଜା ନିକଟରେ ଗୁଳିକାଣ୍ଡ, ୩ ଜଣଙ୍କୁ ଗୋଡାଇ ଗୋଡାଇ ଧରିଲା ପୋଲିସ, ୨ ଫେରାର୍

ପୁରୀ- ପିପିଲି ଟୋଲ ପ୍ଲାଜା ନିକଟରେ ଘଟିଛି ଗୁଳିକାଣ୍ଡ । କାର୍ ରେ ଆସିଥିବା କିଛି ଯୁବକଙ୍କ ସହିତ ଟୋଲ୍ କର୍ମଚାରୀଙ୍କ ବଚସା ପରେ ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି । ଅଭିଯୁକ୍ତଙ୍କ ଆକ୍ରମଣରେ ଜଣେ ଟୋଲ୍ କର୍ମଚାରୀ ଆହତ ହୋଇଛନ୍ତି । ଘଟଣା ପରେ ଅଭିଯୁକ୍ତମାନେ କାର୍ ନେଇ ଘଟଣାସ୍ଥଳରୁ ଖସି ପଳାଇଯିବାକୁ ଉଦ୍ୟମ କରିଥିଲେ, ତେବେ ନିମାପଡ଼ା ନିକଟରେ କାର୍ ଛାଡି ଫେରାର୍ ହେବାକୁ ଉଦ୍ୟମ କରୁଥିବା ବେଳେ ୩ ଜଣଙ୍କୁ ଗୋଡାଇ ଗୋଡାଇ ଧରିବାରେ ସଫଳ ହୋଇଛି ପୋଲିସ । ଅନ୍ୟ ଦୁଇ ଜଣ ସେଠାରୁ ଫେରାର୍ ହୋଇଯାଇଛନ୍ତି ।

Show More

Related Articles

Back to top button