Breaking PLUSଓଡ଼ିଶାମୁଖ୍ୟ ଖବର

ଆନ୍ଦୋଳନରୁ ଓହରିଲା ରାଜଧାନୀ କଞ୍ଚା ପରିବା ମହାଜନ ସଂଘ

ଭୁବନେଶ୍ୱର- ଆନ୍ଦୋଳନରୁ ଓହରିଲା ରାଜଧାନୀ କଞ୍ଚା ପରିବା ମହାଜନ ସଂଘ । ଲକ୍ଷ୍ମୀ ପୂଜା ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିଛି ସଂଘ । ପରିବା ସଂଘର ଆନ୍ଦୋଳନ ଡାକରା ପରେ ଗତକାଲି ମଧ୍ୟ ବିଧାୟକ, ଡେପୁଟି କମିଶନର, ଜୋନ ଏସପି ଓ ପରିବା ସଂଘକୁ ନେଇ ବସିଥିଲା । ରାଜଧାନୀ କଞ୍ଚା ପନିପରିବା ମହାଜନ ସଂଘର ଦାବିକୁ ନେଇ ଆଲୋଚନା କରାଯାଇଥିଲା । ସଂଘ ପକ୍ଷରୁ ରଖାଯାଇଥିବା 7 ଦଫା ଦାବି ଉପରେ ଆଲୋଚନା ହୋଇଥିଲା । ଦାବି ପୂରଣ କରିବାକୁ ପ୍ରଶାସନ ପକ୍ଷରୁ ସମୟ ମଗାଯାଇଛି । ସେହିପରି ପାର୍ବଣ ଚାଲିଥିବାରୁ ହଠାତ ପରିବା ବ୍ୟବସାୟ ବନ୍ଦ କଲେ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେବେ । ଦାବି ପୁରଣ ନେଇ ଲିଖିତ ପ୍ରତିଶ୍ରୁତି ମିଳିବା ବୋଲି ସଙ୍ଘ ଆନ୍ଦୋଳନରୁ ଓହରିଥିବା ସୂଚନା ଦେଇଛନ୍ତି ରାଜଧାନୀ କଞ୍ଚା ପନି ପରିବା ମହାଜନ ସଙ୍ଘ ସମ୍ପାଦକ କବିରାଜ ସ୍ଵାଇଁ । ଏଠାରେ ସୂଚନାଯୋଗ୍ୟ, 20 ତାରିଖରୁ ବନ୍ଦ ଡାକରା ଦେଇଥଲା ସଙ୍ଘ ।

Show More

Related Articles

Back to top button