Breaking PLUSଓଡ଼ିଶାମୁଖ୍ୟ ଖବର

୨୧ରେ ଲଘୁଚାପ ସମ୍ଭାବନା, ୨୩ରେ ଅବପାତ

ଭୁବନେଶ୍ଵର- ଗତକାଲିର ଘୂର୍ଣ୍ଣିବଳୟ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ସମୁଦ୍ର ମଧ୍ୟସ୍ଥ ବାୟୁମଣ୍ଡଳର ତଳଭାଗରେ ସକ୍ରିୟ ରହିଛି । ଏହା ଉତର-ପଶ୍ଚିମ ଦିଗରେ ଗତି କରିବା ସହ ୨୧ ତାରିଖ ସକାଳ ବେଳକୁ ଏହା ପ୍ରଭାବରେ ବଙ୍ଗୋପସାଗରର ମଧ୍ୟଭାଗରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତୀ ସମୟରେ ଏହା ଆହୁରି ଘନୀଭୂତ ହୋଇ ୨୩ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଏକ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

Show More

Related Articles

Back to top button