Breaking PLUSଦେଶମୁଖ୍ୟ ଖବର

ଆଜି ପ୍ରଧାନମନ୍ତ୍ରୀଙ୍କ ଆସାମ, ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶ ଗସ୍ତ, ସନ୍ଧ୍ୟାରେ ପହଂଚିବେ ବନାରସ

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଜି ଆସାମ, ଅରୁଣାଚଳପ୍ରଦେଶ, ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶ ଗସ୍ତ କାର୍ଯ୍ୟକ୍ରମ ରହିଛି । ସେ ଏହି ରାଜ୍ୟକୁ ବିକାଶମୂଳକ ଯୋଜନା ଭେଟି ଦେବା ପରେ ଶେଷରେ ରାତିରେ ବନାରସରେ ପହଂଚି କାଶୀ-ବିଶ୍ୱନାଥ ମନ୍ଦିରରେ ପୂଜା କରିବେ ।
ପ୍ରଧାନମନ୍ତ୍ରୀ ସକାଳେ ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ ବୁଲିବା ପରେ ଅରୁଣାଚଳ ପ୍ରଦେଶ ଗସ୍ତ କରିଛନ୍ତି । ଏଠାରେ ପିଏମ ମୋଦି ବିକଶିତ ଭାରତ ବିକଶିତ ପୂର୍ବୋତ୍ତର କାର୍ଯ୍ୟକ୍ରମରେ ଭାଗ ନେବେ । ସେ ଏଠାରେ ସେଲା ସୁଡଙ୍ଗ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବେ । ଏହାସହିତ 10,000 କୋଟି ଟଙ୍କାର ବିକାଶମୂଳକ ଯୋଜନାର ଶୁଭାରମ୍ଭ କରିବେ ।
ବିଜ୍ଞପ୍ତି ଅନୁସାରେ, ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଭିସି ଜରିଆରେ ମଣିପୁର, ମେଘାଳୟ, ନାଗାଲାଣ୍ଡ, ସିକିମ, ତ୍ରିପୁରା, ଅରୁଣାଚଳ ପ୍ରଦେଶ ପାଇଁ ପ୍ରାୟ 55,600 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ।

Show More

Related Articles

Back to top button