Breaking PLUSଦେଶମୁଖ୍ୟ ଖବର

କାଜିରଙ୍ଗାରେ ହାତୀ ଏବଂ ଜିପ ସଫାରୀର ଆନନ୍ଦ ଉଠାଇଲେ ପିଏମ ମୋଦି

କାଜିରଙ୍ଗା- ଦୁଇ ଦିବସୀୟ ଆସାମ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ହାତୀ ଏବଂ ଜିପ ସଫାରୀର ଆନନ୍ଦ ଉଠାଇଛନ୍ତି । କାଜିରଙ୍ଗା ଜାତୀୟ ଉଦ୍ୟାନରେ କଂହରା ବନାଂଚଳରେ ଜିପ ସଫାରୀ ଓ ହାତୀ ସଫାରୀ ଜରିଆରେ ଉଦ୍ୟାନର ପ୍ରକୃତିର ମନୋରମ ଦୃଶ୍ୟ ଉପଭୋଗ କରିଥିଲେ । ପ୍ରଧାନମନ୍ତ୍ରୀ ସକାଳ 5.45 ମିନିଟ ସମୟରେ କାଜିରଙ୍ଗାରେ ପ୍ରବେଶ କରିଥିଲେ । ସକାଳ 7.10 ମିନିଟ ଯାଏ କାଜିରଙ୍ଗାରେ ଜିପ ସଫାରୀ ଓ ହାତୀ ସଫାରି ଜରିଆରେ ପ୍ରକୃତିର ମନୋରମ ଦୃଶ୍ୟ ଦେଖିଥିଲେ । ଏହାସହିତ କାଜିରଙ୍ଗାରେ ନୂଆ ଅଧ୍ୟାୟ ସୃଷ୍ଟି ହେଲା । ଦେଶର କୌଣସି ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ କାଜିରଙ୍ଗା ଯାତ୍ରା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସକାଳେ କାଜିରଙ୍ଗାର ପ୍ରାକୃତିକ ସୁନ୍ଦରତାରେ ମିଶିଯାଇଥିଲା । ପିଏମ ମୋଦି ସକାଳୁ ଆସାମ ପୋଲିସ ଗେଷ୍ଟ ହାଉସରୁ କାଜିରଙ୍ଗାର ମିହିମୁଖ ଗସ୍ତ କରିଥିଲେ । ସେ ପ୍ରଦ୍ୟୁମ୍ନ ନାମକ ହାତୀ ପୀଠିରେ ବସି କାଜିରଙ୍ଗା ବୁଲିଥିଲେ । କାଜିରଙ୍ଗାର ସବୁଠୁ ପ୍ରମୁଖ ହାତୀ ହେଉଛି ପ୍ରଦ୍ୟୁମ୍ନ ।
ଏଠାରେ ସୂଚନାଯୋଗ୍ୟ, ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାଜିରଙ୍ଗାରେ ପ୍ରଦ୍ୟୁମ୍ନ ପୀଠିରେ ବସି ଉଦ୍ୟାନ ବୁଲିଥିଲେ । କାଜିରଙ୍ଗାରୁ ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶ ଗସ୍ତ କରିଥିଲେ । ଅରୁଣାଚଳ ପ୍ରଦେଶରେ ପିଏମ ମୋଦି ବହୁପ୍ରତୀକ୍ଷିତ ସୁଡଙ୍ଗ ସଡକ ସେଲପାସର ଉଦଘାଟନ କରିବେ ।

Show More

Related Articles

Back to top button